ଚାରିବାଟିଆ ଏଆରସିରେ ଅଗ୍ନିକାଣ୍ଡ

ଚାରିବାଟିଆ ଏଆରସିରେ ଅଗ୍ନିକାଣ୍ଡ

ଚାରିବାଟିଆ ଏଆରସିରେ ଅଗ୍ନିକାଣ୍ଡ
କଟକ: ଚାରିବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ ପାଇଁ ୬ଟି ଦମକଳ ନିୟୋଜିତ ହୋଇଛି । କଟକ, ଚୌଦ୍ୱାର ଓ ଏଆରସିର ଦମକଳ ନିୟୋଜିତ ହୋଇଛି । ଦୀର୍ଘ ସମୟ ଧରି ଏଆରସିରେ ନିଆଁ ଲାଗିଛି । ବର୍ତମାନ ସୁଦ୍ଧା ନିଆଁକୁ ଆୟତ କରାଯାଇ ପାରିନି । ଏହି ଅଗ୍ନିକାଣ୍ଡ କିପରି ଲାଗିଲା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସ୍ଥାନୀୟ ଲୋକେ କହୁଛନ୍ତି ସକାଳ ୧୦ଟାରୁ ନିଆଁ ଜଳୁଛି । ନିଆଁ ଲାଗି ଥିବାବେଳେ କେହି ନଥିଲେ । ଚାରିବାଟିଆରେ ଏଆରସିରେ ଏପରି ଅଗ୍ନିକାଣ୍ଡ ଆଉ ଥରେ ଲାଗିଥିଲା । ଆଜି ଚାରିବାଟିରେ ଏଆରସିରେ କାହିଁକି ନିଆଁ ଲାଗିଲା ତାହାର କାରଣ ମିଳିନାହିଁ ।