ନାଚିବାକୁ ମନାକଲେ ବୋଲି ୧୦ବର୍ଷୀୟା ନାବାଳିକା ଦେହରେ ନିଆଁ ଲଗାଇ ଦେଲେ
ନାଚିବାକୁ ମନାକଲେ ବୋଲି ୧୦ବର୍ଷୀୟା ନାବାଳିକା ଦେହରେ ନିଆଁ ଲଗାଇ ଦେଲେ
ପାଟନା : ବିହାରର ହାଜିପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ନାଚିବାକୁ ମନା କରିବାରୁ କିଛି ଲୋକ ଜଣେ ୧୦ବର୍ଷୀୟା ନାବାଳିକା ଦେହରେ ନିଆଁ ଲଗାଇ ଦେଇଛନ୍ତି । ଉକ୍ତ ନାବାଳିକାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରଯାଇ ଚିକିତ୍ସା କରାଯାଇଛି ।
ସୂଚନା ଅନୁସାରେ ହାଜିପୁରର ବହୁରା ଗ୍ରାମରେ ଏକ ବିବାହ ଉତ୍ସବ ସମୟରେ ଏହି ବର୍ବର କାଣ୍ଡ ଘଟିଛି । ଉତ୍ସବରେ କିଛି ଯୁବକ ବଳପୂର୍ବକ ନାବାଳିକାଙ୍କୁ ନାଚିବାପାଇଁ କହିଥିଲେ । ନାବାଳିକା ଜଣଙ୍କ ମନା କରିଥିଲେ । ଏଥିରେ ରାଗିଯାଇ ସେମାନେ ହଠାତ ନାବାଳିକାଙ୍କ ଉପରେ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ । ଝିଅଟିର ଅବସ୍ଥା ଗୁରୁତର ରହିଛି । ପୁଲିସ୍ ଉକ୍ତ ଘଟଣାରେ ଏତଲା ରୁଜୁ କର ତଦନ୍ତ ଆରମ୍ଭ କରିଛି ।




admin 