ଭାରତୀୟ ହକି ଟିମ୍‌କୁ ଝଟକା, ଦଳରୁ ବାଦ୍ ପଡିଲେ ହାର୍ଦ୍ଦିକ ସିଂହ

ଭାରତୀୟ ହକି ଟିମ୍‌କୁ ଝଟକା, ଦଳରୁ ବାଦ୍ ପଡିଲେ ହାର୍ଦ୍ଦିକ ସିଂହ

ଭାରତୀୟ ହକି ଟିମ୍‌କୁ ଝଟକା,  ଦଳରୁ ବାଦ୍ ପଡିଲେ ହାର୍ଦ୍ଦିକ ସିଂହ

ଭୁବନେଶ୍ୱର: ଭାରତୀୟ ହକି ଟିମ୍‌କୁ ଲାଗିଛି ଶକ୍ତ ଝଟକା। ଓଡ଼ିଶାରେ ଚାଲିଥିବା ଚଳିତ ବିଶ୍ୱକପ୍‌ ହକିରେ ଆସନ୍ତାକାଲି ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ କ୍ରସ୍‌ଓଭର ମ୍ୟାଚ୍ ଖେଳିବାକୁ ଥିବା ବେଳେ ଆସିଛି ଖରାପ ଖବର। ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ମିଡ୍‌ଫିଲ୍ଡର ହାର୍ଦ୍ଦିକ ସିଂହ। ଆହତ ଜନିତ ସମସ୍ୟା କାରଣରୁ ତାଙ୍କୁ ବାଦ୍ ଦିଆଯାଇଛି। ଚଳିତ ବିଶ୍ୱକପ୍‌ରେ ସେ ଆଉ କୌଣସି ମ୍ୟାଚ୍ ଖେଳିପାରିବେ ନାହିଁ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ବେଳେ ହାର୍ଦ୍ଦିକ ଆହତ ହୋଇଥିଲେ। ତେଣୁ ୱେଲ୍‌ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା।
ଭାରତୀୟ ହକି ଦଳର ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି, ରାତାରାତି ଆମକୁ ଏଭଳି ଏକ କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା। ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖେଳିବେ ନାହିଁ ହାର୍ଦ୍ଦିକ ସିଂହ। ଏହା ସହିତ ଚଳିତ ହକି ବିଶ୍ୱକପ୍‌ରୁ ସେ ବାଦ୍ ପଡ଼ିଛନ୍ତି।

ସେ ଆହୁରି କହିଛନ୍ତି, ହାର୍ଦ୍ଦିକଙ୍କ ଆଘାତ ସେତେ ଗୁରୁତର ନୁହେଁ। କିନ୍ତୁ ଆମ ପାଖରେ ସମୟ ନାହିଁ। ତେଣୁ ସବୁ ପ୍ରକାର ପ୍ରକ୍ରିୟା ଶେଷ କରିବା ପରେ ହାର୍ଦ୍ଦିକଙ୍କୁ ବାଦ୍ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ତାଙ୍କ ବଦଳରେ ଟିମ୍‌ରେ ରାଜ୍ କୁମାର ପଲ୍‌ଙ୍କୁ ସାମିଲ କରାଯାଇଛି। ଏହି ନିଷ୍ପତ୍ତି ବ୍ୟକ୍ତିଗତ ସ୍ତରରେ ହାର୍ଦ୍ଦିକଙ୍କୁ ଦୁଃଖ ଦେଇଥିବ ନିଶ୍ଚୟ। କାରଣ ସେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭଲ ଖେଳିଥିଲେ।