ବଢିଲା ଗ୍ରାଣ୍ଟ ଇନ୍ ଏଡ
ବଢିଲା ଗ୍ରାଣ୍ଟ ଇନ୍ ଏଡ
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଆଜି ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏହି ବୈଠକରେ ଗ୍ରାଣ୍ଟ ଇନ ଏଡ ବୃଦ୍ଧି କରିବା ପାଇଁ କ୍ୟାବିନେଟ ତରଫରୁ ମଞ୍ଜୁରୀ ମିଳିଛି । ଅନୁଦାପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ୍ ଏଡ ବଢିଛି ।
ଏହା ପିଛିଲାଭବେ ୨୦୨୨ଜାନୁଆରୀ ପହିଲାରୁ ଲାଗୁ ହେବ ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଛି । ଏଥିରେ 12ରୁ ଅଧିକ ଏଜେଣ୍ଡା ଉପରେ ଆଲୋଚନା ହେବ ।
ବିଶେଷକରି ଗ୍ରାମ୍ୟ ଉନ୍ନୟନ ବିଭାଗ, ଦକ୍ଷତା ବିକାଶ, ଜଳସଂପଦ, ପଞ୍ଚାୟତିରାଜ ଆଦି ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଛି ।




admin 