ବୁଧବାର ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ
ବୁଧବାର ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ
ପୁରୀ : ଆସନ୍ତା ୨୫ ତାରିଖ ବୁଧୁବାର ମହାପ୍ରଭୁଙ୍କ ପଦ୍ମ ବେଶ । ରତ୍ନ ସିଂହାସନରେ ପଦ୍ମ ବେଶରେ ଉଭା ହେବେ ଶ୍ରୀବିଗ୍ରହ । ପ୍ରସ୍ଫୁଟିତ ବିଶାଳ ପଦ୍ମର କେଶରେ ଭାଗରେ କଳା ଶ୍ରୀମୁଖ ଶୋଭା ପାଇବ । ଦୟାଣାମାଳି ସେବକ ବସନ୍ତ କୁମାର ରଣା ଓ ତାଙ୍କ ସହେଯାଗୀ ମିଶି ଠାକୁରଙ୍କ ବେଶ ପ୍ରସ୍ତୁତ କରିଛନ୍ତି । କରପଲ୍ଲବ, ହଂସ, ଗଛ , ଡାଲିଲତା ଆଦି ସରିଛି । ବର୍ତ୍ତମାନ ଠାକୁରଙ୍କ ୩ଟି ଶ୍ରୀମୁଖ ପଦ୍ମ ତିଆରି ସରିବା ଉପରେ । ଗତ ମାସ ପଣ୍ଡୁ ନୃସିଂହଙ୍କ ବିଜେ ଅପସରରେ ପୂଜାର୍ଚ୍ଚନା ହୋଇ ଠାକୁରଙ୍କ ବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବସନ୍ତଙ୍କ ନେତୃତ୍ୱରେ ୬ ଜଣ କାରିଗର ବେଶ ସାମଗ୍ରୀ ସବୁ ତିଆରି କରିଛନ୍ତି ।
୩ଟି ଶ୍ରୀମୁଖ ପଦ୍ମ , ୮୦ଟି ପଦ୍ମଫୁଲ, ୭ଟି ଗଛ ଓ ୪ଟି ହଂସ ତିଆରି ହୋଇଛି । ମାଳଚୂଳ, କରପଲ୍ଲବ, ପଦ୍ମକଢି ନିର୍ମାଣ କରାଯିବ । ସୋଲକୁ କାଗଜ ଭଳି କାଟି ଯୋଡି ବଡ ଫର୍ଦ୍ଧ କରାଯାଇ ବିଭିନ୍ନ ଆକୃତି ପରେ ଏଥିରେ ଜରି ଜମ୍ବୁରା ଖଞ୍ଜା ଯାଉଛି । ପ୍ରକୃତିକ ଉପକରଣ ହିଙ୍ଗୁଳ, ହରତାଳ, ଦୀପକଳା ଓ କଇଁଥ ଅଠା ବ୍ୟବହାର କରାଯାଉଛି । ପରମ୍ପରା କ୍ରମେ ଦୋଳମଣ୍ଡପ ସାହିସ୍ଥିତିତ ବଡଛତା ମଠରୁ ଏହି ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଆସିଥାଏ ।




admin 