ପୁଣି ୧୫ ଲକ୍ଷର ଜାଲ ନୋଟ ଜବତ
ପୁଣି ୧୫ ଲକ୍ଷର ଜାଲ ନୋଟ ଜବତ
ଭୁବନେଶ୍ୱର: ରାଜ୍ୟରେ ଏବେ ଜାଲନୋଟ କାରବାର ଜୋରଦାର ଚାଲିଛି । ଏହାରି ଭିତରେ କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ ବା ଏସଟିଏଫ ୧୫ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିଛି । ସମ୍ବଲପୁର ଯୁଯୁମରାରୁ ଉକ୍ତ ଟଙ୍କା ଜବତ କରାଯାଇଛି ।
ଏହି ଘଟଣାରେ ଏସଟିଏଫ ୨ ଜଣ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଛି । ନିକଟରେ ବରଗଡ଼ ପରପାଲିରୁ ୧୪ ଲକ୍ଷର ଜାଲ ନୋଟ ଜବତ କରାଯାଇଥିଲା । ତେବେ ଏତେ ପରିମାଣର ଜାଲ ନୋଟ କେଉଁଠୁ ଆସୁଛି ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।




admin 