" ବାଇଶି ବର୍ଷ ର ନବୀନଙ୍କ ଶାସନ କାଳରେ ଓଡ଼ିଆ ଯୁବକ ର ସ୍ଥାନ ଆନ୍ଧ୍ର ର ଇଟାଭାଟି ନହେଲେ ସୁରଟ ର ସୂତାକଲରେ "
" ବାଇଶି ବର୍ଷ ର ନବୀନଙ୍କ ଶାସନ କାଳରେ ଓଡ଼ିଆ ଯୁବକ ର ସ୍ଥାନ ଆନ୍ଧ୍ର ର ଇଟାଭାଟି ନହେଲେ ସୁରଟ ର ସୂତାକଲରେ "
* ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ କଂଗ୍ରେସ ୯ ବିଧାୟକ ରୁ ୯୦ ବିଧାୟକ ସହ ଶାସନ କୁ ଫେରିବ *
----- ଶରତ ପଟ୍ଟନାୟକ
************************
ବରଗଡ : ବାଇଶି ବର୍ଷ ର ନବୀନଙ୍କ ଶାସନ କାଳରେ ଓଡ଼ିଆ ଯୁବକ ର ସ୍ଥାନ ଆନ୍ଧ୍ର ର ଇଟାଭାଟି ନହେଲେ ସୁରଟ ର ସୂତାକଳ ରେ ବୋଲି ଗତକାଲି ବରଗଡ ଠାରେ ' ମିଟ ଦି ପ୍ରେସ ' କାର୍ଯ୍ୟକ୍ରମ ରେ ବରଗଡ ର ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ।ଭାରତ ଯୋଡୋ ପଦଯାତ୍ରା ଅବସରରେ ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଥିଲେ ଯେ ଉଭୟ କେନ୍ଦ୍ର ର ବିଜେପି ଓ ବିଜେଡି ସରକାର କେବଳ ଲୋକଙ୍କୁ ଭୂୟାଁ ବୁଲେଇବା ଛଡ଼ା ଲୋକଙ୍କ ପାଇଁ କିଛି କରି ନାହାନ୍ତି।ସମଗ୍ର ଦେଶରେ ଏବଂ ଓଡ଼ିଶାରେ ଯାହା ବି ଉନ୍ନତି ମୂଳକ କାର୍ଯ୍ୟ ହୋଇଛି, କେବଳ କଂଗେସ ସରକାର ଅମଳରେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ସମଗ୍ର ଓଡ଼ିଶାରେ ଲକ୍ଷ ଲକ୍ଷ ଯୁବକ ବେକାର ହୋଇ ବୁଲୁଛନ୍ତି। ଚାକିରି ନ ପାଇ ଦାଦନ ଖଟିବାକୁ କିଏ ଆନ୍ଧ୍ର ର ଇଟାଭାଟି କୁ ତ କିଏ ପୁଣି ସୁରଟ ର ଲୁଗା କଳ ରେ ଖଟୁଛି। ଏଇଆ ଆମ ର ୨୨ ବର୍ଷ ଶାସନ ର ନମୁନା।ମହିଳା ନର୍ଯ୍ୟାତନା କହିଲେ ଓଡ଼ିଶା ଭାରତ ବର୍ଷ ରେ ତିନି ନମ୍ବର ରେ। ଏଠି ମହିଳା ମାନଙ୍କ ଉପରେ ଅତ୍ୟାଚାର ଦିନ ପ୍ରତିଦିନ ଘଟୁଛି ଆଉ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଏଠି ସମ୍ପୂର୍ଣ ଚୁରମାର ।ଏଠାରେ ନାରୀ ବ୍ୟଭିଚାର, ଅତ୍ୟାଚାର ଆଉ ଧର୍ଷଣ ଉପରେ କମିଶନ ଉପରେ କମିଶନ ବସୁଛି , କମିଶନ ରିପୋର୍ଟ ମଧ୍ୟ ଦେଉଛି।କିନ୍ତୁ ନା ପୀଡ଼ିତା ନ୍ୟାୟ ପାଉଛି ନା ବ୍ୟଭିଚାରି କୌଣସି ଦଣ୍ଡ ପାଉଛି।ଶ୍ରୀ ପଟ୍ଟନାୟକ ଅଭିଯୋଗ କରି କହିଥିଲେ ଯେ ଏହି ରାଜ୍ୟ ରେ ସରକାରୀ ବାବୁ ଙ୍କ ଫାଇଲ ତଳେ ମାଇନ୍ସ ମାମଲା, ଚିଟଫଣ୍ଡ ଦୁର୍ନୀତି ମାମଲା ଦବି କି ରହିଛି ଆଉ ଗରିବ ,ନିଷ୍ପେସିତ ଲୋକ ନ୍ୟାୟ ପାଇବା କୁ ବିକଳ ହେଉଛନ୍ତି। ସେ ଆହୁରି କହିଥିଲେ ଯେ କମ ବ୍ୟବଧାନ ରେ ସ୍କୁଲ୍ ଗୁଡିକ ରହୁଥିବା ରୁ ଛାତ୍ର ଉପସ୍ଥାନ ରହୁଥିବାରୁ ସେଗୁଡିକ ବନ୍ଦ କରି ଦେଉଛନ୍ତି,ହେଲେ ଏହି ସରକାର ଅଧିକାରୀ ମାନେ ଯାଇକରି ଉତ୍ତର ପୂର୍ବାଞ୍ଚଳ ରେ ସରକାର ମାନେ ପାହାଡ଼ ର ଦୂର ଦୁରାନ୍ତ୍ ରେ କିଭଳି ସ୍କୁଲ୍ ଚଳାଉଛନ୍ତି ତାହା ଥରେ ଦେଖିକି ଆସନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟ କରିବାର ଇଛାଶକ୍ତି ଥିଲେ କାର୍ଯ୍ୟ ହୋଇଥାଏ। ୨୨ ବର୍ଷ ରେ ସେମାନେ କେତେ ଭଲ ଛାତ୍ର ଛାତ୍ରୀ ଓ ଭଲ ଶିକ୍ଷକ ଦେଇଛନ୍ତି ତାର ଚିଠା ଦେଇ ପାରିବେ କି ସରକାର ? ଏହି ସରକାର କୌଣସି ଉନ୍ନତିମୂଳକ କାର୍ଯ୍ୟ କରି ନାହାନ୍ତି ,ଯାହା ହୋଇଛି ତାହା କେବଳ କଂଗ୍ରେସ ଅମଳରେ ହୋଇଛି। ଶ୍ରୀ ପଟ୍ଟନାୟକ ତାତ୍ସଲ୍ୟ କରି କହିଥିଲେ ଯେ ବିଜୁ ବାବୁ କେତେ ସ୍ଵପ୍ନ ଓଡ଼ିଶା ପାଇଁ ଦେଖିଥିଲେ ଯେ ନବୀନ ବାବୁ ସବୁବେଳେ ବାପାଙ୍କ ଅଧୁରା ସ୍ଵପ୍ନ ପୁରା କରିବା କଥା କହୁଛନ୍ତି।ଆଉ କେତେଦିନ ଓଡ଼ିଶା ବାସୀ ତାଙ୍କୁ ଦେଲେ ତାହା ସେ ପୁରା କରିବେ ? ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଓ ଓଡ଼ିଶା ସରକାର କେବଳ ଲୋକଙ୍କ ସହ ପ୍ରତାରଣା କରୁଛନ୍ତି ବୋଲି କହିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରେ ରାଜ୍ୟ ର ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରର ପେଶି ହେଉଛନ୍ତି।ସେମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ।ସେମାନେ ଖାଲି ସରକାର ଙ୍କୁ ଟ୍ୟାକ୍ସ ଦେବେ, ସରକାରୀ ଫାଇଦା କିଛି ପାଇପାରିବେ ନାହିଁ। ସେମାନେ ବହୁତ ସ୍ଵାଭିମାନୀ ନିଜର ଦୁଃଖ କାହାରି ଆଗରେ ପ୍ରକାଶ କରନ୍ତି ନାହିଁ କି କାହା ପାଖରେ ହାତ ପତାନ୍ତି ନାହିଁ। ସେମାନେ ଆଜି ତଳି ତଲାନ୍ତ୍ ହୋଇ ସାରିଲେଣି,ସେମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି, କଂଗ୍ରେସ ସରକାର କୁ ଆସିଲେ ସେମାନଙ୍କ କଥା ନିଶ୍ଚୟ ପ୍ରାଥମିକତା ଦିଆଯିବ।ସେ ବରଗଡ ଜିଲ୍ଲା ପରିପ୍ରେକ୍ଷୀରେ କହିଥିଲେ ଯେ କଂଗ୍ରେସ ସରକାର ବରଗଡ ରେ ଚିନିକଳ, ସାର କଳ , ସୂତା କଳ ଠୁ ଆରମ୍ଭ କରି ଗୁଡ଼ାଏ କଳ କାରଖାନା ପ୍ରତିଷ୍ଠା କରିଥିଲା, କିନ୍ତୁ ଆଜି ଏହି ସରକାର ଅମଳରେ ସବୁ ବନ୍ଦ୍ ହୋଇଗଲା ,ଏହା ହିଁ ଏହି ସରକାର ର ଉପଲବ୍ଧି ବୋଲି ସେ କଟାକ୍ଷ କରି କହିଥିଲେ। ଶ୍ରୀ ପଟ୍ଟନାୟକ ଆଗାମୀ ଦିନରେ କଂଗ୍ରେସ ଦଳ ତୃଣମୂଳ ସ୍ତରରେ ସଙ୍ଗଠନ ଆହୁରି ମଜବୁତ୍ କରି ୨୦୨୪ ରେ ବର୍ତ୍ତମାନ ର ନଅ ଜଣ ବିଧାୟକ ରୁ ନବେ ଜଣ ବିଧାୟକ ରେ ପହଞ୍ଚି ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ସରକାର କୁ ଆସିଲେ ପଶ୍ଚିମ ଓଡ଼ିଶା ର ବିକାଶ କୁ ପ୍ରାଧାନ୍ୟ ଦେବ। ଏହି ମିଟ ଦି ପ୍ରେସ କାର୍ଯ୍ୟକ୍ରମ ରେ ଓଡ଼ିଶାରେ ଏକ ଆଞ୍ଚଳିକ ଦଳ କିଭଳି କଂଗ୍ରେସ ଭଳି ଏକ ଜାତୀୟ ଦଳ କୁ ଓଡ଼ିଶାରେ ପଛରେ ପକାଇଦେଇଛି ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜନୀତି ଉତ୍ଥାନ ପତନ ର ଖେଳ ଅଟେ, ଉଭୟ ବିଜେଡି ବିଜେପି ନିଜ ନିଜ ଭିତରେ ଦୂରତା ରକ୍ଷା କରୁଛୁ ବୋଲି କହୁଥିବା ବେଳେ ସେମାନେ ଉଭୟେ ମିଶି କରି ଅଛନ୍ତି ଯାହା କି କାହାରିକୁ ଅଜଣା ନାହିଁ। ଆମେ ଏବେ ବି ଓଡ଼ିଶା ବାସୀ ଙ୍କ ପାଇଁ ବିକଳ୍ପ ଅଟୁ। ଖୁବ ଶୀଘ୍ର ହାତ କୁ ହାତ ଯୋଡ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ବୁଥ ସ୍ତରରୁ ଦଳ କୁ ମଜବୁତ୍ କରି ପରବର୍ତ୍ତୀ ସମୟରେ ଉଭୟ ସରକାର ର ଜନ ବିରୋଧି କାର୍ଯ୍ୟକ୍ରମ ର ରାଜ ରାସ୍ତା ରେ ବିରୋଧ କରି ପୁଣି ଜନ ସାଧାରଣ ଙ୍କ ଆସ୍ଥାଭାଜନ ହୋଇ ସରକାର କୁ ଫେରିବୁ। କୃଷି ଓ କୃଷକ ଙ୍କ ସମସ୍ୟା ଉପରେ ଦଳ ଆଖିଦୃଶିଆ ପଦକ୍ଷେପ ନେଉନାହିଁ ଏବଂ ସରକାର କୁ ଆସିଲେ କୃଷକ ଙ୍କ ପାଇଁ କଣ କରିବେ ପ୍ରଶ୍ନ ର ଉତ୍ତର ରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତୃଣମୂଳ ସ୍ତରରେ କୃଷକ ଙ୍କ ଅସୁବିଧା ସମ୍ପର୍କରେ ଦଳ ଅବଗତ ଅଛି, ଆମେ ବ୍ଲକ୍ ସ୍ତରରୁ କୃଷକ ଙ୍କ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କୁ ଓହ୍ଲାଇବୁ। ସରକାର କୁ ଆସିଲେ ମଣ୍ଡି ରେ ସୁରୁଖୁରୁରେ ରେ ଚାଷୀ ମାନେ କିଭଳି ଧାନ ଓ ପନିପରିବା ବିକ୍ରି କରି ପାରିବେ ତାର ବ୍ୟବସ୍ଥା କରାଯିବ ଓ ପନିପରିବା ସଂରକ୍ଷିତ କରିବା ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ଏବଂ କୃଷକ ଙ୍କ ବିଜୁଳି ବିଲ ଛାଡ଼ କରାଯିବା ସାଙ୍ଗକୁ ସାଧାରଣ ଜନତା ଙ୍କ ପାଇଁ ମଧ୍ୟ ବିଜୁଳି ବିଲ ୨୦୦ ୟୁନିଟ ଯାଏ ଛାଡ଼ କରାଯିବ ବୋଲି କହିଥିଲେ।ଶ୍ରୀ ପଟ୍ଟନାୟକ ଏହାସହ ସରକାର କୁ ଆସିଲେ,ଶିକ୍ଷା ,ସ୍ବାସ୍ଥ୍ୟ ,ଗମନା ଗମନ ଯେମିତି ସାଧାରଣ ଜନତା ର ପହଞ୍ଚ ଭିତରେ ରହିବ ତାରି ଉପରେ ଗୁରୁତ୍ବ ଦିଆଯିବ।ଆପଣଙ୍କ ପୂର୍ବରୁ ଦଳର ସଙ୍ଗଠନ ବହୁତ ଦୁର୍ବଳ ଅଛି ,ଏଥିରେ କିଭଳି ସରକାର କୁ ଆସିବୁ ବୋଲି ଆପଣ ଦୃଢୋକ୍ତି ପ୍ରକାଶ କରୁଛନ୍ତି ପ୍ରଶ୍ନ ର ଉତ୍ତର ରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୁଁ କେବେ ବି ସେ କଥା ମାନିବି ନାହିଁ, ମୋର ପୂର୍ବ ନେତୃମଣ୍ଡଳୀ ସଙ୍ଗଠନ କରିଛନ୍ତି ବୋଲି ତ ଆଜି ଓଡ଼ିଶାରେ ଲକ୍ଷ ଲକ୍ଷ କର୍ମୀ ଅଛନ୍ତି।ଆଜିର ଦୁର୍ଦ୍ଦିନ ରେ ମଧ୍ୟ ଆମ ଦଳରେ କର୍ମୀମାନେ ରହି ଦଳ ପାଇଁ କାମ କରୁଛନ୍ତି ,ମୁଁ ତାଙ୍କୁ ସ୍ୟାଲୁଟ କରିବା ସହ ସେମାନଙ୍କ ସେହି ସଦିଚ୍ଛା,ପରିଶ୍ରମ ଓ ପ୍ରେରଣା କୁ ପାଥେୟ କରି ଓଡ଼ିଶା ରେ ଦଳ କୁ ଏକ ଶସକ୍ତ ପ୍ରତିଦ୍ବନ୍ଦୀ ଭାବରେ ଛିଡ଼ା କରିବୁ ବୋଲି ଦୃଢୋକ୍ତି ପ୍ରକାଶ କରି କହିଥିଲେ।




admin 