ବରଗଡ
ବରଗଡ
ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବରଗଡ଼ ଜିଲ୍ଲା ର ହତାଦର କୁ ବରଦାସ୍ତ କରାଯିବ ନାହିଁ --- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ
***************
ବରଗଡ :ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବରଗଡ଼ ଜିଲ୍ଲା ର ହତାଦର କୁ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆୟୋଜିତ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ବାର୍ତା ଦିଆଯାଇଛି।ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବରଗଡ଼ ଜିଲ୍ଲା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା।କିନ୍ତୁ ଉଚ୍ଚ ଶିକ୍ଷା ପାଇଁ କୌଣସି ବିଶେକ୍ଷ ସୁବିଧା ନାହିଁ l ଏହି ଜିଲ୍ଲା ଓଡ଼ିଶାର ପ୍ରଶାସନିକ, ରାଜନୈତିକ,ସାମାଜିକ କଳା ଓ ସଂସ୍କୃତି କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରିଥିବା ବହୁ ପ୍ରତିଭାଙ୍କୁ ସୃଷ୍ଟି କରିଛି। ଦୁଃଖର ସହିତ କହିବାକୁ ପଡୁଛିଯେ ବରଗଡ ଜ଼ିଲ୍ଲାରେ ଗୋଟିଏ ବି ସ୍ୱୟଂଶାସିତ ମହାବିଦ୍ୟାଳୟ କି ବିଶ୍ୱବିଦ୍ୟାଳୟଟିଏ ନାହିଁ l ଜିଲ୍ଲାର ଉଚ୍ଚଶିକ୍ଷା ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଗରିବ ଏବଂ ନୀରିହ ଛାତ୍ରଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ରାଜ୍ୟ ସରକାର ଉଚ୍ଚ ଶିକ୍ଷାକୁ ସମ୍ପୁର୍ଣ୍ଣ ରୂପେ ଅବହେଳିତ କରି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି। କଲେଜରେ ପାଠପଢି ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ସ୍ୱପ୍ନ ଦେଖିଥିବା ପିଲାଟି ଆଜି ବାଧ୍ୟ ହୋଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛି।ପଞ୍ଚାୟତ ମହାବିଦ୍ୟାଳୟ ହଉ କି ମହିଳା ମହାବିଦ୍ୟାଳୟ ହଉ ଅନେକ ପଦବୀ ଖାଲି ପଡିଛି ଦୀର୍ଘଦିନ ଧରି l ଅତିଥି ଅଧ୍ୟାପକଙ୍କୁ ନେଇ ଅନେକ ବିଭାଗ ଚାଲିଛି l ଅଣଅଧ୍ୟାପକ ପଦବୀ କଥା ନ କହିବା ହିଁ ଭଲ l ଦୀର୍ଘଦିନ ହେବ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନା, ଖାତାଦେଖା ଏବଂ ଫଳ ପ୍ରକାଶନରେ ଅହେତୁକ ଅବହେଳା ବିଶ୍ୱବିଦ୍ୟାଳୟର ପରିଚାଳନାର ଅସଲ ଚିତ୍ରକୁ ସାମ୍ନାକୁ ଆଣିଛି। ଜିଲ୍ଲାରେ ମହିଳା ହିଂସା ଦିନକୁ ଦିନ ବୃଦ୍ଧି ପାଉଛି କିନ୍ତୁ ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହଁନ୍ତି। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଦ୍ବାରା ରୋଜଗାର ସୁଯୋଗ ଥିଲେ ମଧ୍ୟ ସରକାରଙ୍କ ବୈମାତୃକ ମନୋଭାବ କାରଣରୁ ଆଶା ଦିନକୁ ଦିନ ମଉଳି ଯାଉଛି। ଜିଲ୍ଲାରେ ପର୍ଯ୍ୟଟନ ବିକାଶର ଡିଣ୍ଡିମ ପିଟୁଥିବା ସରକାର ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ପଶ୍ଚିମ ଓଡିଶା ବିକାଶର କଥା କହୁଥିବା ଏହି ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିକାଶର ନିଜେ ବାଧକ ସାଜିଛନ୍ତି। ଖୋଦ ବୟନଶିଳ୍ପ ମନ୍ତ୍ରୀ ଜିଲ୍ଲାରେ ଥିଲେ ମଧ୍ୟ ବୟନଶିଳ୍ପର ବିକାଶ ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁନାହାନ୍ତି l କରୁଣ ଚିତ୍ର ଆଜି ଛାତ୍ର ସମାଜର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି।ଆଉ କେତେଦିନ ସହିବା, ସମୟ ଆସିଛି ନିଜ ହକ ପାଇଁ ଲଢେଇ କରିବା ଏବଂ ଶିକ୍ଷା, ସୁରକ୍ଷା, ଏବଂ ରୋଜଗାର ପାଇଁ ୨୩ ଜାନୁଆରୀ ବରଗଡ଼ ଚାଲ ନାମରେ ବିଶାଳ ଛାତ୍ର ସମାବେଶ ଆୟୋଜନ କରିଥିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ପରିଷଦର ଦାବୀ ଗୁଡ଼ିକ ହେଲା(୧) ଜ଼ିଲ୍ଲା ପାଇଁ ଏକ ବହୁମୁଖୀ ଧନ୍ଦାମୂଳକ ସରକାରୀ ଶିକ୍ଷା କେନ୍ଦ୍ର ଖୋଲା ଯାଉ (୨)ଜ଼ିଲ୍ଲାରେ କ୍ରୀଡାର ବିକାଶ ପାଇଁ ଏକ ପୂର୍ଣ୍ଣାଙ୍ଗ ଆଉଟଡୋର ଷ୍ଟାଡିୟମ ନିର୍ମାଣ କରାଯାଉ (୩)ଛାତ୍ରୀ ଏବଂ ମହିଳା ସୁରକ୍ଷା ପାଇଁ ଏକ ମହିଳା ଥାନାର ସ୍ଥାପନା କରାଯାଉ (୪) ବରଗଡ ଜ଼ିଲ୍ଲାରେ କର୍କଟ ରୋଗୀ ସଂଖ୍ୟା ବେଶୀ l ତାହାର କାରଣ ଜାଣିବା ପାଇଁ ଉଚିତ ଗବେଷଣା କରାଯାଉ ଏବଂ ପ୍ରତିଷେଧ ପାଇଁ ପଦକ୍ଷେପ ନିଆଯାଉ l ତାହା ସହିତ ଗୋଟି ବହୁମୁଖୀ କ୍ୟାନ୍ସର ଚିକିତ୍ସାଳୟ ନିର୍ମାଣ ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉ (୫)ମହାବିଦ୍ୟାଳୟରେ ନିଯୁକ୍ତି ମେଳା ବର୍ଷକୁ ଦୁଇଥର କରାଯାଉ (୬) ଜ଼ିଲ୍ଲାରେ ବଢୁଥିବା ନିଶା କାରବାର ଯୋଗୁଁ ଛାତ୍ରମାନଙ୍କ ଉପରେ କୁପ୍ରଭାବ ପଡୁଛି l ଏହା ଉପରେ ପ୍ରଶାସନ ଉଚିତ ପଦକ୍ଷେପ ନେଉ (୭) ବରଗଡ ଅଞ୍ଚଳରେ ଧୂଳି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେଉଛି l ବରଗଡ ଜ଼ିଲ୍ଲାରେ ଶ୍ୱାସ ରୋଗୀ ସଂଖ୍ୟା ମଧ୍ୟ ବେଶୀ l ପରିବେଶକୁ ସୁନ୍ଦରତା କରାଯାଉ ଏବଂ ମୁଖ୍ୟ ରାସ୍ତାକୁ ଧୂଳିମୁକ୍ତ ଅଞ୍ଚଳ କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ପଦକ୍ଷେପ ନେଉ (୮)ବରଗଡ ଜ଼ିଲ୍ଲାରେ ସ୍ୱୟଂଶାସିତ ମହାବିଦ୍ୟାଳୟ ରୂପରେ ପଞ୍ଚାୟତ ମହାବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରାଯାଉ (୯)ଜ଼ିଲ୍ଲାର ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ପଦ ପଦବୀରେ ନିଯୁକ୍ତି ସମୟରେ ପ୍ରାଥମିକତା ଦିଆଯାଉ (୧୦) କୃଷି ଗବେଷଣା କେନ୍ଦ୍ର ଏବଂ କୃଷି ବିଶ୍ୱବିଦ୍ୟାଳୟ ଜ଼ିଲ୍ଲାରେ ସ୍ଥାପନା କରାଯାଉ (୧୧) ଜ଼ିଲ୍ଲାର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଜମି ଚି଼ହ୍ନଟ କରି ପାଚେରୀ ନିର୍ମାଣ କରାଯିବା ପାଇଁ କାର୍ଯ୍ୟ କରାଯାଉ (୧୨)ଖାଲି ଥିବା ଅଧ୍ୟାପକ ଏବଂ ଅନ୍ୟାନ୍ୟ କର୍ମଚାରୀ ପଦବୀ ପୂରଣ କରାଯାଉ (୧୩)ଶିକ୍ଷାନୁଷ୍ଠାନମାନଙ୍କର ଫିସ ଉପରେ ଅଙ୍କୁଶ ଲଗାଯାଉ(୧୪)ପରୀକ୍ଷାଫଳ ୪୫ ଦିନ ମଧ୍ୟରେ ପ୍ରକାଶ ପାଇବା ସହିତ ୭ ଦିନ ମଧ୍ୟରେ ସାଟିଫିକେଟ ପ୍ରଦାନ କରାଯାଉ (୧୫) ଜ଼ିଲ୍ଲାରେ ନୂତନ କଳକାରଖାନା ପ୍ରତିଷ୍ଠା କରି ନିଯୁକ୍ତି ଏବଂ ଉଦ୍ୟାମିତାକୁ ପ୍ରତ୍ସାହନ ଦିଆଯାଉ (୧୬)ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍କାଉଟ, ଏନ ସି ସି ଏବଂ ଏନ ଏସ ଏସ ର ଶାଖା ଖୋଳାଯାଉ l ତା'ର ବିକାଶ ହେଲେ ଆଗାମୀ ଦିନରେ ଦେଶର ସୈନ୍ୟବାହିନୀ କୁ ଛାତ୍ରଛାତ୍ରୀମାନେ ଯୋଗ ଦେବା ପାଇଁ ଆଗ୍ରହ ହେବେ (୧୭)ବରଗଡ ଜ଼ିଲ୍ଲାରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି l ଶିକ୍ଷା ବିଭାଗର ଅବହେଳା ଯୋଗୁଁ ଆଜି ପାଠ୍ୟକ୍ରମରେ ତାଙ୍କୁ ଉଚିତ ସ୍ଥାନ ମିଳିପାରିନାହିଁ l ପାଠ୍ୟକ୍ରମରେ ତାଙ୍କୁ ସ୍ଥାନିତ କରାଯାଉ lଏହି ସମାବେଶରେ ମଞ୍ଚ ପରିଚାଳନା କରିଥିଲେ ସଙ୍କେତ ସାହୁ , ମଞ୍ଚରେ ରାଜ୍ୟ ସହ ସମ୍ପାଦକ ଶେତ୍ବାଶୁ ବରାଇ, ବିକାଶ ନାୟକ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ଅଚ୍ୟୁତ ମାଝୀ କାର୍ଯ୍ୟକ୍ରମ ସଂଯୋଜକ, ଆଲୋକ ଦାସ ସମ୍ବଲପୁର ବିଭାଗ ପୂର୍ବତନ ସୋସିଆଲ ମିଡ଼ିଆ ପ୍ରମୁଖ, ଆଞ୍ଚଲ ଚୈଧୁରୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ , ଆକାଂକ୍ଷା ସାହୁ ବରଗଡ଼ ନଗର ସମ୍ଭାଦିକା ,ଉଜାଳା ବେହେରା ବରଗଡ଼ ନଗର କାର୍ଯ୍ୟକାରିଣୀ ସଦସ୍ୟ , ଅନୁଭବ ସାହୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଝସଟି ରାମ ଅତାବିରା ନଗର ସହ ସମ୍ପାଦକ ଆଦି ଉପସ୍ଥିତ ଥିଲେ।




admin 