୨୪ ଘଣ୍ଟା ମଧ୍ୟରେ ୨୦ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା

୨୪ ଘଣ୍ଟା ମଧ୍ୟରେ ୨୦ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା

 ୨୪ ଘଣ୍ଟା ମଧ୍ୟରେ ୨୦ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପାଇଁ ୨୦ ଜିଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।  ଜିଲ୍ଲାଗୁଡିକ ହେଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ଦେବଗଡ, ସୁନ୍ଦରଗଡ, ଖୋର୍ଦ୍ଧା, କଟକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ସମ୍ବଳପୁର, ବୌଦ୍ଧ, ବାଲେଶ୍ବର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ, ମୟୂରଭଞ୍ଜ, ଯାଜପୁର । ଏହି ଜିଲାରେ ଘଡଘଡି ସହ  ବର୍ଷା ହେବାର ସମ୍ଭାବନା ରହିଛି।  ସେହିପରି ୯ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଶୁକ୍ରବାର ରାଜ୍ୟର ଅନେକ ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ବର୍ଷାର ବି ସମ୍ଭାବନା ରହିଛି । ୨୬ ଓ ୨୭ ତାରିଖରେ ମଧ୍ୟ ରାଜ୍ୟରେ ସମାନ ସ୍ଥିତି ରହିପାରେ ।