ଦେଶରୁ ଦିନକରେ ୫୧ ହଜାର ୬୬୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଦେଶରୁ ଦିନକରେ ୫୧ ହଜାର ୬୬୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଦେଶରୁ ଦିନକରେ ୫୧ ହଜାର ୬୬୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୨୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୩ ହଜାର ୩୧୦କୁ ବୃଦ୍ଧି ପାଇଛି । ଦିନକରେ ୫୧ ହଜାର ୬୬୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧ ଲକ୍ଷ ୩୪ ହଜାର ୪୪୫କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୮୬୮ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୯୧ ଲକ୍ଷ ୨୮ ହଜାର ୨୬୭ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୦ କୋଟି ୭୯ ଲକ୍ଷ ୪୮ ହଜାର ୭୪୪ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।