ରାଜ୍ୟରେ ଅସହ୍ୟ ତାତି, ଦିନ ସାଢେ଼ ୧୧ଟା ସୁଦ୍ଧା ୩୯ ଡିଗ୍ରୀ

ରାଜ୍ୟରେ ଅସହ୍ୟ ତାତି, ଦିନ ସାଢେ଼ ୧୧ଟା ସୁଦ୍ଧା ୩୯ ଡିଗ୍ରୀ

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ଆଜି ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ୩୯ ଡ଼ିଗ୍ରୀ ତାତି ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡା -୩୮.୪ ଡ଼ିଗ୍ରୀ, ସମ୍ବଲପୁର- ୩୮.୨ ଡ଼ିଗ୍ରୀ, ହୀରାକୁଦ- ୩୭.୪ ଡ଼ିଗ୍ରୀ, ଚାନ୍ଦବାଲି- ୩୬.୬ ଡ଼ିଗ୍ରୀ, କେନ୍ଦୁଝର- ୩୬.୪ ଡ଼ିଗ୍ରୀ ,ଗୋପାଳପୁର- ୩୪.୬ ଡ଼ିଗ୍ରୀ, ବାଲେଶ୍ୱର- ୩୩.୬ ଡ଼ିଗ୍ରୀ , ପୁରୀ- ୩୩ ଡ଼ିଗ୍ରୀ ଓ ପାରାଦୀପରେ ୩୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।