ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ
ଭୁବନେଶ୍ୱର: ମଙ୍ଗଳବାର ପ୍ରକାଶ ପାଇଛି ଆଇଏଏସ ରେଜଲ୍ଟ । ୟୁପିଏସସି ପରିଚାଳିତ ଆଇଏଏସ ରେଜଲ୍ଟ ପ୍ରକାଶ ପାଇଛି । ମେରିଟ ଲିଷ୍ଟରେ ଇଶିତା କିଶୋରୀ ଟପ୍ପର ହୋଇଛନ୍ତି । ସେହିପରି ଗରିମର ଲୋହିଆ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତୃତୀୟରେ ଉମା ହାରାତି ଏନ ଅଛନ୍ତି । ଏଥର ପରୀକ୍ଷାରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆଇଏଏସ-୨୦୨୨ ପରୀକ୍ଷାରେ ମୋଟ ୧୮୦ ଜଣ ଆଇଏଏସ ପାଇଥିବାବେଳେ ଆଇଏଫଏସ ୩୮ଜଣ ଓ ଆଇପିଏସ ୨୦୦ ଜଣ ପାଇଛନ୍ତି । ତେବେ ୬୭ତମ ସ୍ଥାନରେ ଓଡ଼ିଶାର କସ୍ତୁରୀ ପଣ୍ଡା ରହିଥିବା ଜଣାଯାଇଛି । ଯିଏ କି ବିନା କୋଚିଂରେ ଏହି ସଫଳତା ହାସଲ କରିଛନ୍ତି । ନିଜର ଏହି ସଫଳତା ପାଇଁ ସେ ନିଜର ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି ।




admin 