ପ୍ରକାଶ ପାଇଛି ଆଇଏଏସ ରେଜଲ୍ଟ : ଜାଣନ୍ତୁ, ଓଡ଼ିଶାରୁ କିଏ କୃତକାର୍ଯ୍ୟ ?
ଭୁବନେଶ୍ୱର: ମଙ୍ଗଳବାର ପ୍ରକାଶ ପାଇଛି ଆଇଏଏସ ରେଜଲ୍ଟ । ୟୁପିଏସସି ପରିଚାଳିତ ଆଇଏଏସ ରେଜଲ୍ଟ ପ୍ରକାଶ ପାଇଛି । ମେରିଟ ଲିଷ୍ଟରେ ଇଶିତା କିଶୋରୀ ଟପ୍ପର ହୋଇଛନ୍ତି । ସେହିପରି ଗରିମର ଲୋହିଆ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତୃତୀୟରେ ଉମା ହାରାତି ଏନ ଅଛନ୍ତି । ଏଥର ପରୀକ୍ଷାରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆଇଏଏସ-୨୦୨୨ ପରୀକ୍ଷାରେ ମୋଟ ୧୮୦ ଜଣ ଆଇଏଏସ ପାଇଥିବାବେଳେ ଆଇଏଫଏସ ୩୮ଜଣ ଓ ଆଇପିଏସ ୨୦୦ ଜଣ ପାଇଛନ୍ତି ।
ତେବେ ୬୭ତମ ସ୍ଥାନରେ ଓଡ଼ିଶାର କସ୍ତୁରୀ ପଣ୍ଡା ରହିଥିବା ଜଣାଯାଇଛି । ଯିଏ କି ବିନା କୋଚିଂରେ ଏହି ସଫଳତା ହାସଲ କରିଛନ୍ତି । ନିଜର ଏହି ସଫଳତା ପାଇଁ ସେ ନିଜର ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି । ଦିବ୍ୟା ଜୈନ ୩୬୩ତମ ସ୍ଥାନରେ ରହିଛନ୍ତି । ସେହିପରି ୫୧୬ତମ ସ୍ଥାନରେ ଓଡ଼ିଶାର ତେଜସ୍ୱିନୀ ବେହେରା ରହିଥିବା ଜଣାଯାଇଛି । ୩୮ତମ ସ୍ଥାନରେ ଅନୁପ ଦାସ ରହିଥିବାବେଳେ ୪୨ତମସ୍ଥାନରେ ପ୍ରଣିତା ଦାସ, ୫୬ତମ ସ୍ଥାନରେ ଅର୍ଣ୍ଣବ ମିଶ୍ର, ୫୮ତମସ୍ଥାନରେ ଦୀକ୍ଷିତା ଯୋଶୀ, ୬୬ତମ ସ୍ଥାନରେ କ୍ରିତକା ମିଶ୍ର, ୭୩ତମ ସ୍ଥାନରେ ପଲ୍ଲବୀ ମିଶ୍ର, ୯୭ତମ ସ୍ଥାନରେ ପ୍ରଶାନ୍ତ ରାଜ ଓ ୧୦୬ତମ ସ୍ଥାନରେ ସିଦ୍ଧାର୍ଥ ମିଶ୍ର ଅଛନ୍ତି । ୩୩ତମ ସ୍ଥାନରେ ଥରୁଣ ପଟ୍ଟନାୟକ ମାଦଳା ଥିବାବେଳେ ୩୮ତମ ସ୍ଥାନରେ ଅନୁପ ଦାସ ଓ ୪୨ ତମ ସ୍ଥାନରେ ପ୍ରଣିଦା ଦାସ ରହିଛନ୍ତି । ୫୬ତମ ସ୍ଥାନରେ ଅର୍ଣ୍ଣଦ ମିଶ୍ର ରହିଛନ୍ତି ।




admin 