ଇଷ୍ଟର ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ଆଜି ଦେଶରେ ଇଷ୍ଟର ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀ ଏବଂ ବିଦେଶରେ ରହୁଥିବା ଭାରତୀୟଂକୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଏହି ଇଷ୍ଟର ପର୍ବ ପ୍ରେମ ଓ କରୁଣାର ନିଦର୍ଶନ। ସେ କହିଛନ୍ତି, ଯୀଶୁଖ୍ରୀଷ୍ଟ ସତ୍ୟ ଏବଂ ନ୍ୟାୟ ପାଇଁ ବଳିଦାନ ଦେଇଥିଲେ। ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ଯୀଶୁଙ୍କ ଜୀବନୀକୁ ପାଥେୟ କରି ସଭିଏଁ ସମାଜରେ ପ୍ରେମ ଓ ତ୍ୟାଗର ବାର୍ତ୍ତା ପ୍ରଚାର କରିବା ଆବଶ୍ୟକ।
ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ ଓ କବର ଦିଆଯିବା ପରେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ପାଳନ କରିବା ପାଇଁ ଶୁଭ ଶୁକ୍ରବାର ପରବର୍ତ୍ତୀ ରବିବାର ଦିନ ଇଷ୍ଟର ପାଳନ କରାଯାଏ। ବାଇବଲ ଅନୁଯାୟୀ, ଶୁକ୍ରବାର ଦିନ ଯୀଶୁଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା ଏବଂ ତିନି ଦିନ ପରେ ସେ ଇଷ୍ଟର ରବିବାର ଦିନ ପୁନରୁତ୍ଥିତ ହୋଇଥିଲେ।




admin 