ପାଣି କାହିଁକି ଓଦା ? ଜାଣନ୍ତୁ ବୈଜ୍ଞାନିକ କାରଣ
ଭୁବନେଶ୍ୱର: କେବେ ମନକୁ ପ୍ରଶ୍ନ ଆସିଛି କି ପାଣି କାହିଁକି ଓଦା ? ଅର୍ଥାତ୍ ଏହା ସଂସ୍ପର୍ଶରେ ଆସିଲେ ଓଦା ଅନୁଭୂତ ହୁଏ କାହିଁକି? ଆମ ଆଖପାଖରେ ଯାହାବି ଘଟଣା ଘଟୁଛି କିମ୍ବା ଯାହା ବି ବସ୍ତୁ ଅଛି ତା’ ମଧ୍ୟରେ କିଛି ନା କିଛି ବୈଜ୍ଞାନିକ କାରଣ ଲୁଚି ରହିଥାଏ । ସେହିପରି ପାଣି ଆମ ଦୈନନ୍ଦିନ ଜୀବନର ମହତ୍ୱପୂର୍ଣ୍ଣ ଅଂଶ ଅଟେ । ପାଣି ବିନା ଜୀବନ ବଞ୍ଚିବା ଅସମ୍ଭବ । ପୃଥିବୀରେ ୩୨୬ ମିଲିୟନ ଟ୍ରିଲିୟନ୍ ଗ୍ୟାଲନ ପାଣି ମହଜୁଦ ଅଛି । ଯାହା ମଧ୍ୟରେ ୯୭ ପ୍ରତିଶତ ପାଣି ସମୁଦ୍ରରେ ଅଛି । ତେଣୁ ଏହାକୁ ପିଇବା ଲାଗି ବ୍ୟବହାର କରିହୁଏନା । ଦୁଇ ପ୍ରତିଶତ ଜଳ ହିମବାହ ଓ ଆଇସକ୍ୟାପ ଭାବେ ଅଛି । ତେଣୁ କେବଳ ୧ ପ୍ରତିଶତ ଜଳ ହିଁ ପିଇବା ଯୋଗ୍ୟ । ସେହି ପାଣିକୁ ଆମେ ପିଇବା ସହ ଗାଧୋଇବା, ବାସନକୁସନ, ଲୁଗାପଟା ସଫା ଭଳି ନାନା ପ୍ରକାରର କାମରେ ବ୍ୟବହାର କରିଥାଉ ।
କିନ୍ତୁ ଭାବିବା କଥା ହେଉଛି ପାଣି ଓଦା କାହିଁକି ? ଏହାର ଉତ୍ତର ହେଉଛି – ପାଣି ହାଇଡ୍ରୋଜେନର ଦୁଇଟି ପରମାଣୁ ଓ ଅକ୍ସିଜେନର ଗୋଟିଏ ପରମାଣୁ ସହ ମିଶି ତିଆରି ହୋଇଛି । ପାଣିରେ ଥିବା ଅକ୍ସିଜେନ ବା ଅମ୍ଳଜାନରେ ଆଦ୍ରତା ଥାଏ । ଏହି ଅମ୍ଳଜାନ ପାଇଁ ହିଁ ପାଣିକୁ ହାତରେ ଧରିଲେ ଓଦା ଅନୁଭୂତ ହୁଏ । କିନ୍ତୁ ପ୍ରକୃତରେ ପାଣି ଓଦା ନୁହେଁ । ବରଂ ଏହା କଠିନ ବସ୍ତୁକୁ ଓଦା କରିଥାଏ । ଆଦ୍ରତା ହେଉଛି ତରଳ ପାଣିର କଠିନ ବସ୍ତୁର ପୃଷ୍ଠଭାଗରେ ଲାଖି ରହିବାର କ୍ଷମତା । ତେଣୁ ଆମେ ଯେବେ କୌଣସି ଜିନିଷକୁ ଓଦା ବୋଲି କହୁ ତା’ର ଅର୍ଥ ହେଉଛି ତରଳ ପଦାର୍ଥ ବା ପାଣି ସେହି ବସ୍ତୁର ପୃଷ୍ଠ ଭାଗରେ ଲାଖି ରହିଛି ।




admin 