ତାଲିବାନ ସରକାର ଆଫଗାନିସ୍ତାନରେ ବନ୍ଦ କଲେ ମହିଳା ବିୟୁଟି ପାର୍ଲର
ଆଫଗାନିସ୍ତାନର ଶାସକ ତାଲିବାନ ସଂଗଠନ ଦେଶରେ ମହିଳା ବିୟୁଟି ପାର୍ଲର ଖୋଲିବାକୁ ନିଷିଦ୍ଧ କରିଛନ୍ତି । ତାଲିବାନ ସରକାରର ଏପରି ନିର୍ଦେଶ ମହିଳା ଅଧିକାର ଉପରେ ଆଉ ଏକ ବଡ ହସ୍ତକ୍ଷେପ । ମହିଳାମାନଙ୍କ କେଶ ବିନ୍ୟାସ ଓ ସୌନ୍ଦର୍ଯ୍ୟ ନିମନ୍ତେ ଖୋଲିଥିବା ପାର୍ଲରଗୁଡିକ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ପୂର୍ବରୁ ତାଲିବାନ ସରକାର ଦେଶରେ ମହିଳା ଓ ଝିଅ ମାନଙ୍କ ଶିକ୍ଷା ଗ୍ରହଣକୁ ନିଷିଦ୍ଧ କରିଥିଲେ । ଏହା ସହିତ ମହିଳାଙ୍କୁ ସର୍ବସାଧାରଣ ସ୍ଥାନ ଯେପରି ପାର୍କ, ଜିମ୍ ଆଦି ସ୍ଥାନ କୁ ଯିବାକୁ ବାରଣ କରାଯାଇଛି । କୌଣସି ଗଣମାଧ୍ୟମ ସମ୍ମୁଖରେ ନିଜର ମତାମତ ଦେଇପାରିବେ ନାହିଁ । ମହିଳାଙ୍କ ସ୍ୱାଧୀନତା ଉପରେ ତାଲିବାନଙ୍କ ଏପରି କଟକଣାକୁ ନେଇ ଆନ୍ତଜାର୍ତିକ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ତାଲିବାନ ମୁଖ୍ୟପାତ୍ର ତଥା ମନ୍ତ୍ରୀ ମହମ୍ମଦ ସିଦ୍ଦିକ୍ କହିଛନ୍ତି ଯେ ଦେଶବ୍ୟାପୀ ମହିଳା ବିୟୁଟି ପାର୍ଲରଗୁଡିକ ବନ୍ଦ କରିବା ଲାଗି ଜୁନ୍ ୨୪ରୁ ନୋଟିସ୍ ଦିଆଯାଇଛି । ଏଥିପାଇଁ ଏକ ମାସ ସମୟ ଦିଆଯାଇଛି । ତାଲିବାନର ସର୍ବୋଚ୍ଚ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ନିର୍ଦେଶକ୍ରମେ ସରକାର ଏହି ନିଷ୍ପତି ନେଇଛନ୍ତି । ମହିଳା ବିୟୁଟି ପାର୍ଲରଗୁଡିକୁ କାହିଁକି ବନ୍ଦ କରାଯିବ ସେଥିପାଇଁ ସରକାର କୌଣସି କାରଣ ଦର୍ଶାଇ ନାହାନ୍ତି ।




user1 