ହାୱଡା-ଚେନ୍ନାଇ ରୁଟ୍‌ରେ ୯୦ ଟି ଟ୍ରେନ୍ ବାତିଲ

ହାୱଡା-ଚେନ୍ନାଇ ରୁଟ୍‌ରେ ୯୦ ଟି ଟ୍ରେନ୍ ବାତିଲ

ଭୁବନେଶ୍ଵର : ବାଲେଶ୍ଵରର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୩୦୦ରୁ ଅଧିକଙ୍କ ଜଣଙ୍କ ମୃତ୍ୟୁ ହୋଇଥିବା ସହ ଏବେ ବି ଉଦ୍ଧାର କାର୍ୟ୍ୟ ଚାଲିଛି ।  ଏହା ସହ ଟ୍ରାକଗୁଡିକର ମରାମତି କାର୍ୟ୍ୟ ଜୋରସୋରରେ ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ପର୍ୟ୍ୟନ୍ତ ହାୱଡା -ଚେନ୍ନାଇ ରୁଟ୍‌ରେ ୯୦ ଟି ଟ୍ରେନ୍ ବାତିଲ ହୋଇଥିବାବେଳେ ୪୬ଟି ରୁଟ୍‌ ବଦଳାଯାଇଛି। 

ଶନିବାର ଦିନ ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ସ୍ଥଳରେ ରାତାରାତି ଚାଲିଥିବା ମରାମତି କାର୍ୟ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନଜର ରଖିଥିଲେ। ଏହି ସମୟରେ ଏକ ହଜାରରୁ ଅଧିକ ଶ୍ରମିକ ରାତିସାରା ବଗି ହଟାଇବାକୁ ଲାଗିଥିଲେ। ଏନେଇ ରେଳ ମନ୍ତ୍ରୀ କାର୍ୟ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୭ ଟି ପୋଲକେନ୍ ମେସିନ୍, ୫ଟି ଜେସିବି ଏବଂ୨ଟି ବଡ କ୍ରେନ୍ ଟ୍ରେନ୍‌ର ବଗି ହଟାଇବା କାର୍ୟ୍ୟ ଚାଲିଛି । ଶନିବାର ରାତିରେ ଗୋଟିଏ ପଟେ ଭଗ୍ନାବଶେଷ ହଟାଇବା କାମ ଚାଲିଥିଲା ​​ଏବଂ ଅନ୍ୟ ପଟେ ଟ୍ରାକ ଲଗାଇବା କାମ ମଧ୍ୟ ଆରମ୍ଭ ହୋଇଛି। ଯଥାଶୀଘ୍ର ଟ୍ରେନ୍ ସେବାକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି।