ପୁଣି ବଗି ଭିତରୁ ଉଦ୍ଧାର ହେଲା ୧୩ ମୃତଦେହ

ପୁଣି ବଗି ଭିତରୁ ଉଦ୍ଧାର ହେଲା ୧୩ ମୃତଦେହ

ସୋରୋ: ଟ୍ରେନ୍‌ ଦୁର୍ଘଟଣାରେ ସଦ୍ୟତମ ରିପୋର୍ଟ ମୁତାବକ ଏନଡିଆର୍‌ଏଫ୍‌ ଟିମ୍‌ ପୁଣି ୧୩ ମୃତଦେହ ବଗି ଭିତରୁ ଉଦ୍ଧାର କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୦୦ ପାର୍‌ ହୋଇଥିବା କୁହାଯାଉଛି। ଏବେ ବି ୪୦୦ରୁ ଉର୍ଦ୍ଧ୍ବ ଆହତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକତ୍ସା କରାଯାଉଛି। ସୂଚନା ଅନୁଯାୟୀ, ମୃତକମାନଙ୍କ ମଧ୍ୟରୁ ୧୬୦ ଜଣଙ୍କୁ ଭୁବନେଶ୍ବର ଅଣାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି। ଆହତମାନଙ୍କୁ ବାଲେଶ୍ବର, ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଙ୍କଟାପନ୍ନ ଅବସ୍ଥାରେ ଥିବା ଗୁରୁତରମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ। ହସ୍ପିଟାଲରେ ମୃତଦେହ ରଖିବା ବ୍ୟବସ୍ଥା କରାଯାଇଛି। ତେବେ ମୃତଦେହ ଚିହ୍ନଟ ଓ ପରିଚୟ ସଂଗ୍ରହ ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।