ଅକ୍ଷୟ କୁମାରଙ୍କୁ କରୋନା ପଜିଟିଭ

ଅକ୍ଷୟ କୁମାରଙ୍କୁ କରୋନା ପଜିଟିଭ

ଅକ୍ଷୟ କୁମାରଙ୍କୁ କରୋନା ପଜିଟିଭ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା ସଂକ୍ରମଣ ହୋଇଛି । ନିଜେ ଅକ୍ଷୟ କୁମାର ଟ୍ୱିଟ କରି ସୂଚନା ଦେଇଛନ୍ତି । ନିଜ ଅସୁସ୍ଥତା ଅନୁଭବ କରିବାରୁ କରୋନା ଟେଷ୍ଟ କରାଯାଇଥିଲେ । ଟେଷ୍ଟ ପରେ ତାଙ୍କୁ ପଜିଟିଭ ରିପୋର୍ଟ ମିଳିଥିଲା । କରୋନାରେ ପଜିଟିଭ ହେବା ପରେ ଅକ୍ଷୟ କ୍ୱାରେଂଟେନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ କରୋନା ଟେଷ୍ଟ କରାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଦେଶରେ ବର୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଛି । ଆଜି ଦେଶରେ ଗୋଟିଏ ଦିନରେ ୯୩ ହଜାର ୧୪୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।