ଆଇନ ଭାଙ୍ଗି ଲାଲକିଲ୍ଲାରେ ଚାଷୀ

ଆଇନ ଭାଙ୍ଗି ଲାଲକିଲ୍ଲାରେ ଚାଷୀ

ଆଇନ ଭାଙ୍ଗି ଲାଲକିଲ୍ଲାରେ ଚାଷୀ
ନୂଆଦିଲ୍ଲୀ:ଦିଲ୍ଲୀରେ ଆଇନ ଭାଙ୍ଗିଲେ ଚାଷୀ । ଟ୍ରାକ୍ଟର ରାଲି କରୁଥିବା ଚାଷୀ ଦିଲ୍ଲୀର ଆଇନ ଭାଙ୍ଗିଛନ୍ତି । ଆନେ୍ଦାଳନ କରୁଥିବା ଚାଷୀ ବ୍ୟାରିକେଡ ଭାଙ୍ଗି ଲାଲକିଲ୍ଲାରେ ଚଢିଲେ । ଶାନ୍ତିଶୃଙ୍ଖଳା ପାଇଁ ଚେଷ୍ଟା କରୁଥିବା ଦିଲ୍ଲୀ ପୋଲିସକୁ ଆକ୍ରମଣ କରାଯାଇଛି । ଚାଷୀମାନେ ଲାଲକିଲ୍ଲାରେ ପଶି ବିରୋଧ ପ୍ରଦର୍ଶନ କରିଛନ୍ତି । ଆଇନକୁ ହାତକୁ ନେଇଛନ୍ତି ଆନେ୍ଦାଳନ ଚାଷୀ । ଚାଷୀଙ୍କ ଆକ୍ରମଣରେ ଦିଲ୍ଲୀ ପୋଲିସର ବହୁ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀରେ ଆଇନ ଭାଙ୍ଗିଲେ ଟ୍ରାକ୍ଟର ରାଲି କରୁଥିବା ଚାଷୀ । ବସ୍ ଭାଙ୍ଗିବା ସହ କେନ୍ଦ୍ରୀୟ ଦିଲ୍ଲୀକୁ ଚାଷୀ ଧସେଇ ପଶିଲେ । କୃଷି ଆଇନକୁ ବିରୋଧ କରି ଅନ୍ନଦାତାମାନେ ଆନ୍ଦୋଳନ ଜାରି ରହିଛି। ଆଜି ସାରାଦେଶରେ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଚାଷୀମାନେ ନିଜ ହକ୍‌ ପାଇଁ ଲଢେଇ ଜାରି ରଖିଛନ୍ତି। ଫଳରେ ଆଜି ଚାଷୀମାନେ ବିଶାଳ ଟ୍ରାକ୍ଟର ରାଲି କରୁଛନ୍ତି । କିନ୍ତୁ ଚାଷୀଙ୍କ ଏହି ଟ୍ରାକ୍ଟର ରାଲି ବେଳେ ପୁଲିସ ସହିତ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।