ଲାଲକିଲ୍ଲାରେ ଚଢ଼ି ଖଲିସ୍ତାନ ପତକା ଲଗାଇଲେ ଚାଷୀ
ଲାଲକିଲ୍ଲାରେ ଚଢ଼ି ଖଲିସ୍ତାନ ପତକା ଲଗାଇଲେ ଚାଷୀ
admin
Jan 26, 2021 - 09:15
Updated: Jan 26, 2021 - 09:15
ନୂଆଦିଲ୍ଲୀ: ଦିଲ୍ଲୀରେ ଆଇନ ଭାଙ୍ଗିଲେ ଚାଷୀ । ଟ୍ରାକ୍ଟର ରାଲି କରୁଥିବା ଚାଷୀ ଦିଲ୍ଲୀର ଆଇନ ଭାଙ୍ଗିଛନ୍ତି । ଆନେ୍ଦାଳନ କରୁଥିବା ଚାଷୀ ବ୍ୟାରିକେଡ ଭାଙ୍ଗି ଲାଲକିଲ୍ଲାରେ ଚଢିଲେ । ଶାନ୍ତିଶୃଙ୍ଖଳା ପାଇଁ ଚେଷ୍ଟା କରୁଥିବା ଦିଲ୍ଲୀ ପୋଲିସକୁ ଆକ୍ରମଣ କରାଯାଇଛି । ଚାଷୀମାନେ ଲାଲକିଲ୍ଲାରେ ପଶି ବିରୋଧ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀ ସୀମାରେ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଆନ୍ଦୋଳନରତ କୃଷକମାନେ ଟ୍ରାକ୍ଟର ରାଲି ବାହାର କରିଥିବା ବେଳେ କେତେକ ସ୍ଥାନରେ ପୁଲିସ ବ୍ୟାରିକେଡ଼ ଭାଙ୍ଗି ଉଗ୍ର ରୂପ ଧାରଣ କରିଛନ୍ତି । ସେମାନେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ସୀମାରେ ପୁଲିସର ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି ।
ଏହି ରାଲି ଆରମ୍ଭ ହେବାର ବହୁ ପୂର୍ବରୁ ଆଜି ସକାଳେ ଦିଲ୍ଲୀ-ହରିୟାଣାର ଟିକ୍ରି ସୀମାନ୍ତରେ ହଜାର ହଜାର କୃଷକ ବେରିକେଡ୍ ଭାଙ୍ଗିବା ସହ ଚାଲି ଚାଲି ଦିଲ୍ଲୀକୁ ପ୍ରବେଶ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଛି । ଜୋର ଜବରଦସ୍ତ ଲାଲକିଲ୍ଲା ଉପରକୁ ଚଢ଼ିଗଲେ ଆନ୍ଦୋଳନରତ ଚାଷୀ। ଲାଲକିଲ୍ଲାରେ ପ୍ରବେଶ କରି ଉଡାଇଲେ ନିଜ ପତାକା, ବୁଲାଇଲେ ଖଣ୍ଡା। ଟ୍ରାକ୍ଟର ରାଲିରେ ଯାଇ ଐତିହାସିକ ଲାଲକିଲ୍ଲା ପାଚେରୀ ଚଢ଼ି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ଏଠାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଚାଷୀଙ୍କ ଟ୍ରାକ୍ଟର ଯାତ୍ରାକୁ ରୋକିବା ପାଇଁ ସୀମାରେ କରାଯାଇଥିବା ବ୍ୟାରିକେଡ଼ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ କହିଛନ୍ତି ଯେ କୃଷକଙ୍କ ଉପରେ କୌଣସି ପଦକ୍ଷେପ ନେବାକୁ ଆଦେଶ ଦିଆଯାଇ ନାହିଁ। ଚାଷୀଙ୍କୁ ଅଟକାଇବା ବେଳେ ପୁଲିସ ଚୁପ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।