ଆଇପିଏଲ୍‌ ବେଟିଂ କରି୮ ଗିରଫ

ଆଇପିଏଲ୍‌ ବେଟିଂ କରି୮ ଗିରଫ

ଆଇପିଏଲ୍‌ ବେଟିଂ କରି୮ ଗିରଫ

ବ୍ରହ୍ମପୁର: ଆଇପିଏଲ ବେଟିଂ ରାକେଟ୍ର ପର୍ଦାଫାସ୍ କରିଛି ବୈଦ୍ୟନାଥପୁର ଥାନା ପୁଲିସ । ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଜବତ କରିଛି ୮ ଲକ୍ଷ ୬୩ ହଜାର ୨ ଶହ ଟଙ୍କା। ଏ ନେଇ ବୈଦ୍ୟନାଥପୁର ଥାନାରେ କେସ୍ ନମ୍ବର ୨୭୩ / ୧୧.୧୦.୨୧ ରୁଜୁ ହୋଇଥିବା  ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ଅନ୍ଲାଇନ୍ ବେଟିଂ ବାବଦରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଲାଞ୍ଜିପଲ୍ଲୀରେ ପୁଲିସ ଟିମ୍ ଚଢଉ କରିଥିଲା। ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍ ସ୍କାଏ ଏକ୍ସଚେଞ୍ଜ୍ ଡଟ୍ କମ୍ ଏବଂ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍ ନାଇସ୍୫୫୫୫ ଡଟ୍ ନେଟ୍ ଜରିଆରେ ମୋବାଇଲ୍ ଫୋନ୍ ବ୍ୟବହାର କରି ଆଇପିଏଲ୍ରେ ଜୁଆ ତଥା ଟଙ୍କା ଦେଣନେଣ ଚାଲୁଥିଲା ବୋଲି ଏସ୍ପି ସୂଚନା ଦେଇଛନ୍ତି ।