୧୨ରୁ ଯୁକ୍ତ ଦୁଇ ଦ୍ବିତୀୟ ପର୍ୟ୍ୟା‌ୟ ଆଡ୍‌ମିସନ୍

୧୨ରୁ ଯୁକ୍ତ ଦୁଇ ଦ୍ବିତୀୟ ପର୍ୟ୍ୟା‌ୟ ଆଡ୍‌ମିସନ୍

୧୨ରୁ ଯୁକ୍ତ ଦୁଇ ଦ୍ବିତୀୟ ପର୍ୟ୍ୟା‌ୟ ଆଡ୍‌ମିସନ୍

ଭୁବନେଶ୍ୱର: ଯୁକ୍ତ ଦୁଇ ଦ୍ୱିତୀୟ ପର୍ୟ୍ୟାୟ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୨ରୁ ୨୫ ପର୍ୟ୍ୟନ୍ତ ଆଡମିଶନ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । 

ଏହାପରେ ଅକ୍ଟୋବର ୩୦ ତାରିଖରେ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଯେଉଁମାନେ ପ୍ରଥମ ପର୍ୟ୍ୟାୟ ରେ ପାଇନାହାନ୍ତି, ଆବେଦନ କରିପାରିବେ । ପ୍ରଥମ ପର୍ୟ୍ୟାୟ ନାମ ଲେଖା ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ୨୧ ତାରିଖ ପର୍ୟ୍ୟନ୍ତ ଚାଲିଥିଲା । 

ସେହିପରି ଅକ୍ଟୋବର ୨୭ ତାରିଖ ଅପରାହ୍ନରେ ୪ଟାରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା । ଅକ୍ଟୋବର ୨୯ରୁ ନଭେମ୍ବର୧ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ନାମ ଲେଖା ହେବ । ଯଦି ସିଟ୍ ଖାଲି ପଡେ ତେବେ ସ୍ପଟ ଆଡମିଶନ ଅକ୍ଟୋବର ୭ରେ କରାଯିବ ବୋଲି ସୂଚନା ଦିଆଯାଇଥିଲା ।