ଆଜି ଅପରାହ୍ନରେ ସିଦ୍ଧୁ-ଚନ୍ନି ସାକ୍ଷାତ

ଆଜି ଅପରାହ୍ନରେ ସିଦ୍ଧୁ-ଚନ୍ନି ସାକ୍ଷାତ

ଆଜି ଅପରାହ୍ନରେ ସିଦ୍ଧୁ-ଚନ୍ନି ସାକ୍ଷାତ


ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସରେ ସଙ୍କଟ ଘନେଇବାରେ ଲାଗିଛି । ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦ ହରାଇବାରେ ଦଳଠାରୁ ଦୂରେଇବାରେ ଲାଗିଛନ୍ତି । ଗତକାଲି ଅମିତ ଶାହଙ୍କୁ ଭେଟିଥିବାବେଳେ ଆଜି ଏନଏସଏସ ଅଜିତ ଡୋଲାଭଙ୍କୁ ଭେଟିଛନ୍ତି । ସେ ନିଜ ଟିମ୍ ସହ ବିଜେପିକୁ ଯିବେ କିମ୍ବା ବିଜେପି ସହଯୋଗରେ ନୂଆ ଦଳ ଗଢ଼ିବେ ବୋଲି ଚର୍ଚ୍ଚା ହେଉଛି । ୍ରଅନ୍ୟପକ୍ଷେ ପିସିସି ସଭାପତି ପଦ ଛାଡ଼ିଥିବା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନେଇ ଅଡ଼ୁଆ ତଟୁନି । କଂଗ୍ରେସ ନା ସିଦ୍ଧୁଙ୍କ ଚାପରେ ନଇଁ ପାରୁଛି ନା ସିଦ୍ଧୁଙ୍କୁ ଛାଡ଼ି ସରକାର ପାଇଁ ବିପଦ ସୃଷ୍ଟି କରିବାକୁ ଚାହୁଁଛି । ଉଭୟ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପଞ୍ଜାବରେ ଚାଲିଥିବା ରାଜନୀତି ଉପରେ ନଜର ରଖିବା ସହ ସିଦ୍ଧୁଙ୍କ କାର୍ଯ୍ୟରେ ପ୍ରବଳ ଖପ୍ପା ହୋଇଛି । କୌଣସି ପ୍ରକାର ସରକାର ରକ୍ଷା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସବୁ ଦାୟିତ୍ୱ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଉପରେ ଛାଡ଼ି ଦେଇଛି । ସମ୍ଭବତଃ ଚନ୍ନି ଓ ସିଦ୍ଧୁଙ୍କ ମଧ୍ୟରେ ଆଜି ଆଲୋଚନା ହୋଇପାରେ । ଉଭୟ ପରସ୍ପରକୁ ଭେଟିବା ପରେ ହିଁ ସିଦ୍ଧୁଙ୍କ ଭାଗ୍ୟ ଓ କଂଗ୍ରେସ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ପଷ୍ଟ ହେବ । ଆଜି ଅପରାହ୍ନ ୩ଟା ସମୟରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହେବ । ଏ ନେଇ ସିଦ୍ଧୁ ଟ୍ୱିଟ୍ କରି ଜଣାଇଛନ୍ତି । 

  ପଞ୍ଜାବ ପ୍ରସଙ୍ଗରେ ଦଳର ବରିଷ୍ଠ ନେତାମାନେ ହାଇକମାଣ୍ଡଙ୍କ ଉପରକୁ ଆଙ୍ଗୁଠି ଉଠାଇଥିବାବେଳେ ସିଦ୍ଧୁଙ୍କ ଉପରେ ବର୍ଷିଛନ୍ତି । ରାହୁଲ ଏତେ ସହଜରେ ହାର୍ ମାନିବାକୁ ପ୍ରସ୍ତୁତ ନାହାନ୍ତି । ପଞ୍ଜାବରେ ସରକାର ରକ୍ଷା ପାଇଁ ଆଜି ଅପରାହ୍ନ ୩ଟାରେ ଚନ୍ନି ଓ ସିଦ୍ଧୁଙ୍କ ସାକ୍ଷାତ ହୋଇପାରେ । ଏଥିରେ ସିଦ୍ଧୁ କ’ଣ ଦାବି ରଖିବେ? ଚନ୍ନି କେଉଁ ସବୁ ପ୍ରସଙ୍ଗ ମାନିବେ? ଏ ସବୁ ଉପରେ ଆଲୋଚନା ହେବ ।

  ଯଦି ସିଦ୍ଧୁ ଦଳକୁ ବ୍ଲାକମେଲ୍ କରି ନିଜ ଦାବି ମନାଇବାକୁ ଚାହିଁବେ, ତେବେ କଂଗ୍ରେସ ସିଦ୍ଧୁଙ୍କୁ କୋଣଠେସା କିମ୍ବା ହଟାଇ ଦିଆଯାଇପାରେ । ସିଦ୍ଧୁଙ୍କ ବିକଳ୍ପ ଖୋଜା ବି ଆରମ୍ଭ ହୋଇଯାଇଛି ।