୪ରେ ନବୀନ ଯିବେ ପାରଳାଖେମୁଣ୍ଡି

୪ରେ ନବୀନ ଯିବେ ପାରଳାଖେମୁଣ୍ଡି

୪ରେ ନବୀନ ଯିବେ ପାରଳାଖେମୁଣ୍ଡି

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ଗସ୍ତ କରିବେ । ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ (ବିଏସକେୱାଇ) ସ୍ମାର୍ଟ କାର୍ଡ ବାଣ୍ଟିବେ । ଅନେକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ବି କରିବେ ।  ସରକାରୀ ସ୍ତରରେ ଏ ନେଇ କୌଣସି ସୂଚନା ଜାରି କରାଯାଇନାହିଁ । ମାତ୍ର ଦଳୀୟ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ଦାୟିତ୍ୱ ନେତାମାନଙ୍କୁ ଦିଆଯାଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଲକାନଗିରି, ରାଉରକେଲା, ବଲାଙ୍ଗିର ଗସ୍ତ କରି ସାରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ନବୀନ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରି ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବା ସହ ବିଭିନ୍ନ ଜିଲ୍ଲାକୁ ପ୍ରକଳ୍ପ ଭେଟି ଦେଉଛନ୍ତି । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍‌ରେ ଅବତରଣ କରି ଆୟୋଜିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ । ଏ ଅବସରରେ କେତେକ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବେ । ପରେ ମନ୍ତ୍ରୀମାନେ ଗଜପତି ଜିଲ୍ଲାରେ ରହି ସ୍ଥାନୀୟ ନେତାଙ୍କ ସହ ମିଶି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବେ । ତାଙ୍କ ସହ ରାଜ୍ୟସ୍ତରୀୟ ନେତାଙ୍କୁ ମଧ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି