ମୁଁ ଅମରିନ୍ଦର, କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହେଁ ଗୋଲକିପର
ମୁଁ ଅମରିନ୍ଦର, କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହେଁ ଗୋଲକିପର
ନୂଆଦିଲ୍ଲୀ: ମୁଁ ଅମରିନ୍ଦର ସିଂ । କିନ୍ତୁ, ସେ ଅମରିନ୍ଦର ନୁହେଁ । ଅର୍ଥାତ୍ ମୁଁ କ୍ୟାପଟେନ ଅମରିନ୍ଦର ସିଂ ନୁହେଁ କି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହେଁ । ମୁଁ ହେଉଛି ଅମରିନ୍ଦର ସିଂ, ଯିଏକି ଭାରତୀୟ ଜାତୀୟ ଫୁଟବଲ ଟିମ୍ର ଗୋଲକିପର । ତେଣୁ ପଞ୍ଜାବ ରାଜନୀତିକୁ ନେଇ ମୋତେ ଟ୍ୱିଟର କିମ୍ବା ସୋସିଆଲ ମିଡିଆରେ ଅଯଥାରେ ଟ୍ୟାଗ କରନ୍ତୁ ନାହିଁ । ଭାରତୀୟ ସାମ୍ବାଦିକ ଓ ଗଣମାଧ୍ୟମ ଜଗତକୁ ଏମିତି ନିବେଦନ କରିଛନ୍ତି ଫୁଟବଲ ଖେଳାଳି ଅମରିନ୍ଦର ସିଂ । ଏ ନେଇ ସେ ନିଜେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି । ତାଙ୍କୁ ଟ୍ୱିଟ ଏବେ ସୋସିଲ ମିଡିଆରେ ଜୋରରେ ଭାଇରାଲ ହେବା ସହ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଏମିତିକି ତାଙ୍କର ଏହି ପୋଷ୍ଟକୁ ପଞ୍ଜାବର ପୂର୍ଵତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ରିଟ୍ୱିଟ କରିଛନ୍ତି l
ପଞ୍ଜାବ ରାଜନୀତିକୁ ନେଇ ହଟଚମଟ ଚାଲିଥିବାବେଳେ ଅନେକ ସାମ୍ବାଦିକ ଭୁଲବଶତଃ ଫୁଟବଲ ଖେଳାଳି ଅମରିନ୍ଦର ସିଂଙ୍କୁ ଟ୍ୟାଗ୍ କରି ଲେଖା ଲେଖିଥିଲେ ଟ୍ୱିଟର । ଯେହେତୁ ଫୁଟବଲ ଗୋଲକିପର ଅମରିନ୍ଦରଙ୍କ ଟ୍ୱିଟର ଆକାଉଣ୍ଟ ସିଂ ବ୍ଲୁ ଟିକ୍ ରହିଛି, ଏହା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । ଏହାକୁ ନେଇ ଅଯଥା ଅନେକ ଟ୍ୱିଟ ଆସୁଥିଲା ଏହି ଫୁଟବଲ ଖେଳାଳିଙ୍କ ପାଖକୁ । ତେଣୁ ସେ ବାଧ୍ୟ ହେଲେ ଟ୍ୱିଟର ପୃଷ୍ଠାରେ ଏଭଳି ପୋଷ୍ଟ କରିବାକୁ । ତାଙ୍କ ଟ୍ୱିଟରେ ପ୍ର୍ରତିକ୍ରିୟା ରଖି ଜଣେ ଲେଖିଛନ୍ତି, ଭାବିଲ ଯଦି ତୁମେ ଭାରତୀୟ ଫୁଟବଲ ଟିମର କ୍ୟାପଟେନ ହୋଇଥାନ୍ତ, ତେବେ କିଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାନ୍ତା ।




admin 