ଆଜି ପଦ୍ମପୁରରେ ପ୍ରଚାର କରିବେ ଧର୍ମେନ୍ଦ୍ର

ଆଜି ପଦ୍ମପୁରରେ ପ୍ରଚାର କରିବେ ଧର୍ମେନ୍ଦ୍ର

ଆଜି ପଦ୍ମପୁରରେ ପ୍ରଚାର କରିବେ ଧର୍ମେନ୍ଦ୍ର

ପଦ୍ମପୁର: ନଭେମ୍ବର ୨୯ରୁ ଡିସେମ୍ବର ୧ ପର୍ୟ୍ୟନ୍ତ ପଦ୍ମପୁର ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରିବା ପରେ ପୁଣି ଥରେ ଶନିବାର ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ଶ୍ରୀ ପ୍ରଧାନ ପ୍ରଥମେ ଝାରବନ୍ଧ ବ୍ଲକ ଜଗଦଲପୁରଠାରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେବେ । ପରେ ପଦ୍ମପୁରରେ ରୋଡ ସୋ’ ମାଧ୍ୟମରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା କାର୍ୟ୍ୟକ୍ରମ ରହିଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପାଇକମାଳ, ପଦ୍ମପୁର ଓ ଝାରବନ୍ଧ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରଚାର କରି ସାରିଛନ୍ତି ।