ବିଧାନସଭା ଶୀତ ଅଧିବେଶନ : ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା

ବିଧାନସଭା ଶୀତ ଅଧିବେଶନ : ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା

ବିଧାନସଭା ଶୀତ ଅଧିବେଶନ : ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା


ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ନିର୍ଦ୍ଧାରିତ ଅବଧିର ୨୫ଟି କାର୍ୟ୍ୟଦିବସ ଥାଇ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହୋଇଛି । ନିର୍ଦ୍ଧାରିତ ୩୩ଟି କାର୍ୟ୍ୟଦିବସ ବଦଳରେ ମାତ୍ର ୮ଟି କାର୍ୟ୍ୟଦିବସ ଚଳିତ ଅଧିବେଶନରେ ସମ୍ଭବପର ହୋଇପାରିଛି । ଆଉ ମୁଖ୍ୟ ବିରୋଧୀ ଦଳ ବିଜେପିର ବିନା ସମ୍ମତି ଓ ଅନୁପସ୍ଥିତିରେ ଶୀତ ଅଧିବେଶନକୁ ବନ୍ଦ ପାଇଁ ଶାସକ ଦଳର ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନେଇଛନ୍ତି । ଶାସକ ଦଳର ସଂଖ୍ୟା ବଳ ଆଧାରରେ ବାଚସ୍ପତି ଗୃହକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।
ଗତକାଲି ଗୃହ କାର୍ୟ୍ୟ ଆରମ୍ଭ ହେବାମାତ୍ରେ ଚାଷୀ ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇଥିଲେ । ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହ ମୁଲତବୀ ରହିଥିଲା । ପ୍ରଶ୍ନକାଳ ଓ ଶୂନ୍ୟକାଳ ସମ୍ଭବପର ହୋଇନଥିବାବେଳେ ବିଜେପି ସଦସ୍ୟଙ୍କ ଅନୁପସ୍ଥିତିରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଆଉ ଏହି ବିଲ୍ ଗୃହୀତ ହେବା ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଶୀତ ଅଧିବେଶନକୁ ଶେଷ କରିବାକୁ ବିଧିବଦ୍ଧ ପ୍ରସ୍ତାବ ଆଗତ କରିବା ପରେ ଶାସକ ଦଳ ବିଧାୟକମାନେ ଏହାକୁ ସମର୍ଥନ କରିଥିଲେ ଓ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଉକ୍ତ ପ୍ରସ୍ତାବକୁ ଗୃହୀତ କରି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।

ଚଳିତ ବିଧାନସଭା ଶୀତ ଅଧିବେଶନ ନଭେମ୍ବର ୨୪ରୁ ଡିସେମ୍ବର ୩୧ତାରିଖ ପର୍ୟ୍ୟନ୍ତ ଚାଲିଥିବାର ଥିବାବେଳେ ମୋଟ ୮ଟି କାର୍ୟ୍ୟଦିବସରେ ଏହାକୁ ବନ୍ଦ କରିଦିଆଯାଇଛି ।