ଆଜି ପବିତ୍ର ମହାଳୟ

ଆଜି ପବିତ୍ର ମହାଳୟ

ଆଜି ପବିତ୍ର ମହାଳୟ

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା  । ଗତ ୧୫ ଦିନ ଧରି ପିତୃପକ୍ଷ ଚାଲିଥିବା ବେଳେ ଆଜି ହେଉଛି ଏହି ପକ୍ଷର ଅନ୍ତିମଦିନ  । ଏହି ଦିନରେ ପିତୃପୁରୁଷ ମାନଙ୍କୁ ପିଣ୍ଡଦାନ ଦେଲେ ପିତୃପୁରୁଷଙ୍କ ପୂର୍ଣ୍ଣ୍ୟପ୍ରାପ୍ତି ହୋଇଥାଏ । ଏଥିପାଇଁ ଏହି ଦିନ ସବୁଆଡେ ପିଣ୍ଡଦାନ କରାଯାଇଥାଏ ।

ପିତୃ ପୁରୁଷମାନଙ୍କ ମୃତୁ୍ୟ ତିଥି ଅନୁସାରେ ଏହି ୧୫ ଦିନ ମଧ୍ୟରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି  । ପ୍ରତିବର୍ଷ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳେ  । ତେବେ ଦୁଇବର୍ଷ ହେବ କରୋନା ମହାମାରୀ ପାଇଁ କଟକଣା ଭିତରେ ପାଳନ ହେଉଛି ମହାଳୟା । ଚଳିତ ବର୍ଷ ୨୨ ପାହାଚରେ ପିଣ୍ଡଦାନ ବାରଣ କରାଯାଇଥିବାବେଳେ ଉତ୍ତରଦ୍ୱାର ସମ୍ମୁଖରେ ମହାପ୍ରସାଦର ବ୍ୟବସ୍ଥା ରହିଛି ଓ ପିଣ୍ଡଦାନ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ   ର ବ୍ୟବସ୍ଥା କରାଯାଇଛି । ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି  । ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି  ।