ମନୋହରଲାଲ ଖଟ୍ଟରଙ୍କ ମନ୍ତବ୍ୟକୁ ନେଇ ବିବାଦ
ମନୋହରଲାଲ ଖଟ୍ଟରଙ୍କ ମନ୍ତବ୍ୟକୁ ନେଇ ବିବାଦ
ଚଣ୍ଡୀଗଡ଼: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ପରିପ୍ରେକ୍ଷୀରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦେଇଥିବା ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି କିଷାନ ମୋର୍ଚ୍ଚାର ଏକ ବୈଠକକୁ ସମ୍ବୋଧନ ବେଳେ ମୁଖ୍ୟମନ୍ତ୍ରୀ ଖଟ୍ଟର କେନ୍ଦ୍ର କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ଉପରକୁ ଠେଙ୍ଗା ଉଠାଇବାକୁ କହିଛନ୍ତି । ସେ କହିଛନ୍ତି ଯେ କୃଷକଙ୍କ ବିରୋଧରେ ଯେଶାକୁ ତେସା ନୀତି ଆପଣାଇବା ଦରକାର । କୃଷକଙ୍କ ବିରୋଧରେ ହିଂସା ଘଟାଇ ଜେଲ ଯିବାକୁ ମଧ୍ୟ ଖଟ୍ଟର ଦଳୀୟ କର୍ମୀଙ୍କ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ କାରାଗାରରେ ମାସେ, ତିନିମାସ, ୬ ମାସ ରହିବା ପରେ ତୁମେ (ହିଂସାକାରୀ) ହିରୋ (ନେତା) ହୋଇଯିବ । ତୁମ ନାମ ଇତିହାସରେ ଲେଖାଯିବ । ଖଟ୍ଟରଙ୍କ ଏପରି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା କହିଛନ୍ତି ଯେ ଖଟ୍ଟର ହିଂସା ଘଟାଇବା ପୂର୍ବକ ସମାଜକୁ ଭାଗଭାଗ କରାଇବାକୁ ଉତ୍ସାହିତ କରୁଛନ୍ତି ।




admin 