ଆଜି ବିଜେପୁରରେ ପ୍ରଚାର କରିବେ ଧର୍ମେନ୍ଦ୍ର
ଆଜି ବିଜେପୁରରେ ପ୍ରଚାର କରିବେ ଧର୍ମେନ୍ଦ୍ର
admin
Oct 11, 2019 - 04:43
Updated: Oct 11, 2019 - 04:43
ବିଜେପୁର: ବିଜେପୁର ଉପନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲେଇଲେଣି ଷ୍ଟାର ପ୍ରଚାରକ। ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଇସିଲଟ ବ୍ଲକର ତଳପାଲି ଓ ବରପାଲି ବ୍ଲକର ଅଗଲପୁରରେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିବେ। ଏହି ଦୁଇ ସ୍ଥାନରେ ସାଧାରଣ ସଭା କରି ବିଜେପିକୁ ବହୁ ମତରେ ବିଜୟୀ କରିବାକୁ ଆହ୍ୱାନ ଦେବେ। ଏଥିସହ କେନ୍ଦ୍ର ସରକାରଙ୍କ ସଫଳତାର କଥା କହି ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଉତ୍ସାହିତ କରିବେ। ସେପଟେ ବରପାଲିରେ ନିଜ ପ୍ରଚାରକୁ ଜୋରଦାର କରିବ ବିଜେଡି ।
ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଚଳିତମାସ ୧୯ତାରିଖ ସନ୍ଧ୍ୟାରେ ଶେଷ ହେଉଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ଦୁଇଦିନ ଧରି ପ୍ରଚାର କରିବା ନିମନ୍ତେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାର କରିବେ।