ଆଦିତ୍ୟ ଦାସ ମୃତୁ୍ୟ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ବିରକ୍ତ ହେଲେ ହାଇକୋର୍ଟ

ଆଦିତ୍ୟ ଦାସ ମୃତୁ୍ୟ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ବିରକ୍ତ ହେଲେ ହାଇକୋର୍ଟ

ଆଦିତ୍ୟ ଦାସ ମୃତୁ୍ୟ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ବିରକ୍ତ ହେଲେ ହାଇକୋର୍ଟ
ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତୁ୍ୟ ମାମଲାରେ ଆଜି ହାଇକୋର୍ଟ କ୍ରାଇମବ୍ରାଞ୍ଚ ଉପରେ ବିରକ୍ତ ହୋଇଛନ୍ତି । ନିଦେ୍ର୍ଧଶ ମୁତାବକ ରିପୋର୍ଟ ଦେଇନପାରିବାରୁ ହାଇକୋର୍ଟ କ୍ରାଇମବ୍ରାଞ୍ଚ ଉପରେ ଖପ୍ପା ହୋଇଛନ୍ତି । ହାଇକୋର୍ଟ ଆଦିତ୍ୟ ଦାସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟର ଅବିକଳ ନକଲ ମାଗିଥିଲେ । ଏହାଛଡ଼ା ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡର କପି ମଧ୍ୟ ହାଇକୋର୍ଟ ମାଗିଥିଲେ । ତେବେ ଆଜି କ୍ରାଇମବ୍ରାଞ୍ଚ ସେଗୁଡ଼ିକ ଦେଇନପାରିବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରିଛନ୍ତି । ତେବେ ଆସନ୍ତା ୨୫ ତାରିଖ ସୁଦ୍ଧା ସମ୍ପୃକ୍ତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।