ଭାରସାମ୍ୟ ହରାଇ ଖାତକୁ ଖସିଲା ବସ

ଭାରସାମ୍ୟ ହରାଇ ଖାତକୁ ଖସିଲା ବସ

ଭାରସାମ୍ୟ ହରାଇ ଖାତକୁ ଖସିଲା ବସ
ବ୍ରହ୍ମପୁର: ଭାରସାମ୍ୟ ହରାଇ ଏକ ବସ ଖାତକୁ ଖସିଯାଇଥିବା ଜଣାଯାଇଛି । ପାତ୍ରପୁର ବ୍ଲକ ଅନ୍ତର୍ଗତ ବୁରାତାଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ହେଲପର ଜଣକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତେବେ ବସରୁ ଡେଇଁପଡ଼ିଥିବା ଡ୍ରାଇଭର ସୁରକ୍ଷିତ ଥିବା ଜଣାଯାଇଛି । ତେବେ ସବୁଠୁ ବଡ଼ କଥା ହେଲା ଯେ, ଉକ୍ତ ବସରେ କୌଣସି ଯାତ୍ରୀ ନଥିଲେ । ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ହେଲପରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି ।