ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆଜି ଏକ ବଡ଼ ଖବର ସାମନାକୁ ଆସିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁୁ ‘ପରୀକ୍ଷା ଦର୍ପଣ’ ନାମକ ଏକ ବହି ପ୍ରଦାନ କରାଯିବ । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ‘ପରୀକ୍ଷା ଦର୍ପଣ’ ବହି ପ୍ରସ୍ତୁତ କରାଯାଇଛି । ମାଟ୍ରିକ ପରୀକ୍ଷା ଦେବାକୁ ଥିବା ମୋଟ ୬ ଲକ୍ଷ ୨୦ ହଜାର ପିଲାଙ୍କୁ ଏହି ବହି ମିଳିବ । ତେବେ ଏହି ବହି ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ଅର୍ଥ ଆଦାୟ କରାଯିବ ନାହିଁ । ଏହାକୁ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ପରୀକ୍ଷା ଦର୍ପଣ ବହି ୭୦୦ ପୃଷ୍ଠାର ହୋଇଥିବା ମନ୍ତ୍ରୀ ଶ୍ରୀ ଦାସଙ୍କ ଠାରୁ ପ୍ରକାଶ । କରୋନା ଯୋଗୁଁ ପାଠପଢ଼ା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ‘ଶିକ୍ଷା ଦର୍ପଣ’ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସହାୟକ ହେବ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଦ୍ୟାର୍ଥୀଙ୍କୁ ଏହି ପୁସ୍ତିକ ଦେବାକୁ ସବୁ ଜିଲାରୁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି। କେଉଁ ଜିଲାରେ ‌କେତେ ଛାତ୍ରଛାତ୍ରୀ ଏଥର ମାଟ୍ରିକ୍‌ ପରୀକ୍ଷା ଦେବେ ତାହାର ତଥ୍ୟ ମଗାଯାଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ତଥ୍ୟ ଦେବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦେଶ ଦିଆଯାଇଛି। ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ତଥ୍ୟ ମିଳିବା ପରେ ‘ଶିକ୍ଷା ଦର୍ପଣ’ ଛପାଯାଇ ବିଦ୍ୟାର୍ଥୀଙ୍କୁ ବଣ୍ଟନ କରାଯିବ।