ଆମେରିକାରେ ପୁଣି ଗୁଳିକାଣ୍ଡ, ୭ ମୃତ

ଆମେରିକାରେ ପୁଣି ଗୁଳିକାଣ୍ଡ, ୭ ମୃତ

ଆମେରିକାରେ ପୁଣି ଗୁଳିକାଣ୍ଡ, ୭ ମୃତ


କାଲିଫର୍ନିଆ: ଆମେରିକାର କାଲିଫର୍ନିଆରେ ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଦିନ ମଧ୍ୟରେ ଏଠାରେ ଗୁଳି ବିନିମୟର ଦୁଇଟି ପ୍ରମୁଖ ଘଟଣା ସାମ୍ନାକୁ ଆସିଛି। ସୋମବାର ରାତିରେ ହାଫ୍‌ ମୁନ ବେ ଅଞ୍ଚଳରେ ଗୁଳିକାଣ୍ଡ ଘଟି ସାତ ଜଣଙ୍କ ମୃତ୍ୟୁ ଖବର ରହିଛି। ଏହା ବ୍ୟତୀତ ଆଇଓଓ୍ବା ଏକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡରେ ଦୁଇ ଛାତ୍ର ପ୍ରାଣ ହରାଇଥିବାବେଳେ ଜଣେ ଶିକ୍ଷକ ଆହତ ହୋଇଛନ୍ତି। ପୋଲିସ କହିଛି, ହାଫ୍‌ ମୁନ ବେ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏହାପୂର୍ବରୁ ମଧ୍ୟ ରବିବାର କାଲିଫର୍ନିଆ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ କାଲିଫର୍ନିଆର ଲସ ଆଞ୍ଜେଲ୍ସର ମୋଣ୍ଟେରୀ ପାର୍କରେ ଚାଇନାର ନୂତନ ବର୍ଷ ଉତ୍ସବରେ ଗୁଳି ବିନିମୟରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା।