ବିବାହ ବନ୍ଧନରେ ବାନ୍ଧି ହେଲେ ସୁନିଲ ସେଟ୍ଟୀଙ୍କ ଝିଅ

ବିବାହ ବନ୍ଧନରେ ବାନ୍ଧି ହେଲେ ସୁନିଲ ସେଟ୍ଟୀଙ୍କ ଝିଅ

ବିବାହ ବନ୍ଧନରେ ବାନ୍ଧି ହେଲେ ସୁନିଲ ସେଟ୍ଟୀଙ୍କ ଝିଅ

ମୁମ୍ବାଇ: ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ସବୁଦିନ ପାଇଁ କ୍ରିକେଟର କେଏଲ୍‌ ରାହୁଲଙ୍କ ହାତ ଧରିଛନ୍ତି। ଦୁଇ ସେଲିବ୍ରିଟିଙ୍କ ବିବାହ ସୁନିଲ ସେଟ୍ଟିଙ୍କ ଖଣ୍ଡାଲାସ୍ଥିତ ବଙ୍ଗଳାରେ ସମ୍ପନ୍ନ ହୋଇଛି। ଏହି ବିବାହରେ ବଲିଉଡ୍‌ ଏବଂ କ୍ରିକେଟ ଜଗତର ବଛା ବଛା ଷ୍ଟାର୍‌ଙ୍କୁ ଆମନ୍ତ୍ରଣ କରାଯାଇଥିଲା।

କେଏଲ୍‌ ରାହୁଲ ଦ୍ୱିପ୍ରହର ସାଢ଼େ ୨ଟାରେ ବରଯାତ୍ରୀ ଧରି ପହଞ୍ଚିଥିଲେ ଏବଂ ପାଖାପାଖି ସାଢ଼େ ୪ଟାରେ ରାହୁଲ ଓ ଆଥିୟା ସାତ ଫେରା ନେଇଥିଲେ। ବିବାହ ପରେ ସୁନିଲ୍‌ ସେଟ୍ଟି ଓ ତାଙ୍କ ପୁଅ ଅହାନ ବାହାରକୁ ଆସି ମିଡିଆକୁ ମିଠା ବାଣ୍ଟିଥିଲେ।

ମିଡିଆକୁ ମିଠା ବାଣ୍ଟିବା ସମୟରେ ଅହାନ୍‌ ଧଳା ରଙ୍ଗର ଶେର୍‌ଓ୍ଵାନୀ ପିନ୍ଧିଥିଲେ ଏବଂ ଆନ୍ନା ସୁନିଲ୍‌ ସେଟ୍ଟି ଲାଇଟ୍‌ ବ୍ରାଉନ ରଙ୍ଗର ଲୁଙ୍ଗି ସହିତ ସେହି ରଙ୍ଗର କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ। ସୁନିଲ୍‌ ସେଟ୍ଟି ବେକରେ ମୋତି ମାଳା ଓ ମଥାରେ ତିଳକ ଲଗାଇଥିଲେ। ଏହି ଖାସ୍‌ ମଉକାରେ ସୁନିଲ୍‌ ଓ ଅହାନ ସିମ୍ପଲ୍‌ ଲୁକ୍‌ରେ ବହୁତ ସୁନ୍ଦର ଦେଖାଯାଉଥିଲେ।