ଆସାମରେ ୨୨,୦୦୦ ଛାତ୍ରୀଙ୍କୁ ମିଳିବ ସ୍କୁଟି

ଆସାମରେ ୨୨,୦୦୦ ଛାତ୍ରୀଙ୍କୁ ମିଳିବ ସ୍କୁଟି

ଆସାମରେ ୨୨,୦୦୦ ଛାତ୍ରୀଙ୍କୁ ମିଳିବ ସ୍କୁଟି
ଗୌହାଟି: ଆସାମ ସରକାର ରାଜ୍ୟର ୨୨,୦୦୦ ଛାତ୍ରୀଙ୍କୁ ମାଗଣାରେ ସ୍କୁଟି ଦେବାକୁ ଘୋଷଣା କରିଛନ୍ତି । ଯେଉଁ ଛାତ୍ରୀମାନେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ରାଜ୍ୟ ସରକାର ମଧ୍ୟ ୪୦୦୦ ସ୍କୁଲ ଶିକ୍ଷକଙ୍କ ନିଯୁକ୍ତିକୁ ନିୟମିତ କରିଥିଲା ବେଳେ ଆଉ ୧୪,୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟରେ ଆସନ୍ତା ବର୍ଷ ଏପି୍ରଲରେ ବିଧାନସଭା ନିର୍ବାଚନ ହେବାର ଥିଲା ବେଳେ ତାହାକୁ ଆଖି ଆଗରେ ରଖି ସରକାର ଏଭଳି ପଦକ୍ଷେପ ସବୁ ନେଉଥିବାର ମନେ କରାଯାଉଛି ।