ଆସିଲା ଚୂଡ଼ାନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା

ଆସିଲା ଚୂଡ଼ାନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା

ଆସିଲା ଚୂଡ଼ାନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା
ଭୁବନେଶ୍ବର: ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଅନୁଯାୟୀ ପଛୁଆ ବର୍ଗଙ୍କ ପାଇଁ ୪ଟି ଆସନ ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜନଜାତିଙ୍କ ପାଇଁ ଦଶଟି, ଅନୁସୂଚିତ ଜାତିଙ୍କ ପାଇଁ ୪ଟି ଏବଂ ବାରଟି ଆସନ ଅସଂରକ୍ଷିତ ରଖାଯାଇଛି। ପୂର୍ବରୁ ପ୍ରକାଶିତ ଚିଠା ତାଲିକାରେ ଯାହା ଥିଲା, ଚୂଡାନ୍ତରେ ପ୍ରାୟତଃ ସେଇଆ ଥିଲାବେଳେ ନୟାଗଡ଼, କେନ୍ଦୁଝର, ସୋନପୁର ଓ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଆସନର ସଂରକ୍ଷଣ ବଦଳିଛି । ପ୍ରକାଶିତ ତାଲିକା ଅନୁଯାୟୀ ମୋଟ ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟରୁ ୧୫ ଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିବା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀଗୁଡିକ ହେଲା ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ଢେଙ୍କାନାଳ, ନୂଆପଡା, ବରଗଡ, ବୌଦ୍ଧ, ଭଦ୍ରକ, ମାଲକାନଗିରି ଓ ରାୟଗଡା । ଏହିସବୁ ଜିଲ୍ଲା ମଧ୍ୟରୁ ଅନୁଗୁଳ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ କେନ୍ଦୁଝର, କୋରାପୁଟ, ଗଜପତି ଓ ରାୟଗଡା ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି । ଅନୁସୂଚିତ ଜାତିର ମହିଳାଙ୍କ ପାଇଁ କଟକ ଓ ଭଦ୍ରକ ଜିଲ୍ଲା ପରିଷଦ ରହିଛି । ସେହିପରି କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳ, ନୂଆପଡା, ବରଗଡ ଓ ବୌଦ୍ଧରେ ସାଧାରଣ ବର୍ଗର ମହିଳାଙ୍କ ପାଇଁ ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି । ମହିଳାଙ୍କ ପାଇଁ ସଂରକ୍ଷିତ ବାହାରେ ଥିବା ଆଉ ୧୫ ଟି ଆସନ ମଧ୍ୟରୁ ଜଗତସିଂହପୁର ଓ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବାବେଳେ, ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ କନ୍ଧମାଳ, ନବରଙ୍ଗପୁର, ବାଲେଶ୍ବର, ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ରହିଛି ।ଅନ୍ୟପଟେ ପଛୁଆବର୍ଗ ତାଲିକାରେ ନୟାଗଡ ଓ ସୋନପୁର ଜିଲ୍ଲା ରହିଥିବାବେଳେ କେନ୍ଦ୍ରାପଡା, ଝାରସୁଗୁଡା, ଦେବଗଡ, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲା ପରିଷଦ ରହିଛି ।