ଦିନ ୨ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା ବନ୍ଦ

ଦିନ ୨ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା ବନ୍ଦ

ଦିନ ୨ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡା: ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରିଛି ରାଜନୀତି। ତେବେ ମମିତାକୁ ନ୍ୟାୟ ଦେବା, ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ବହିଷ୍କାର ଦାବି ସହ ଘଟଣାର ସିବିଆଇ ତଦନ୍ତ ଏବଂ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗରଫ କରି ଦାବି କରି ଆଜି ବିଜେପି ପକ୍ଷରୁ ୮ଘଣ୍ଟିଆ ଝାରସୁଗୁଡା ବନ୍ଦ କରାଯାଇଛି। ସକାଳ ୬ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଝାରସୁଗୁଡାରେ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ସମସ୍ତ ଗାଡି ଚଳାଚଳ ବନ୍ଦ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବନ୍ଦ ଯୋଗୁ ଗାଡିମୋଟର ଚଳାଚଳ ପ୍ରଭାବିତ ହୋଇଛି। ବିଜେପି ପକ୍ଷରୁ ପ୍ରତିଦିନ ବିଭିନ୍ନ ଜିଲ୍ଲାରେ ଏ ପ୍ରସଙ୍ଗ ନେଇ ଆନ୍ଦୋଳନ ଓ ବନ୍ଦ ପାଳନ କରାଯାଉଛି।