ଉତ୍ତର ପ୍ରଦେଶ ବିଧାନସଭାରେ ବଢ଼ିଲା ମୁସଲମାନ ବିଧାୟକଙ୍କ ସଂଖ୍ୟା
ଉତ୍ତର ପ୍ରଦେଶ ବିଧାନସଭାରେ ବଢ଼ିଲା ମୁସଲମାନ ବିଧାୟକଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାରେ ଏଥର ମୁସଲମାନ ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଥର ୩୬ ଜଣ ମୁସଲିମ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ୨୦୧୭ରେ ଏହି ସଂଖ୍ୟା ୨୪ ଥିଲା। ଏହାର ଅର୍ଥ ଏଥର ଅଧିକ ସଂଖ୍ୟକ ମୁସଲିମଙ୍କୁ ଲୋକମାନେ ବିଧାନସଭାକୁ ପଠାଇଛନ୍ତ। ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଜେଲରେ ଥିଲେ ମଧ୍ୟ ତାଙ୍କୁ ଲୋକଙ୍କ ସମର୍ଥନ ମିଳିଛି।
ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ ମଧ୍ୟ ସୌର ବିଧାନସଭାରୁ ଜିତିଛନ୍ତି। ଏହି ବାପପୁଅଙ୍କ ବ୍ୟତୀତ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ମୁକ୍ତାର ଅନସାରୀଙ୍କ ପୁଅ ଆବ୍ବାସ ଓ ପୁତୁରା ସୁହୈବ ମଧ୍ୟ ରହିଛନ୍ତି
ମାଉରେ ମୁକ୍ତାରଙ୍କ ପୁଅ ଆବ୍ବାସ ଏସବିଏସ୍ପି ଟିକେଟରେ ନିର୍ବାଚନ ଲଢ଼ୁଥିଲେ। ସେ ବିଜେପିର ଅଶୋକ କୁମାର ସିଂହଙ୍କୁ ୩୮,୨୨୭ ଖଣ୍ଡ ଭୋଟରେ ହରାଇଛନ୍ତି। ଗାଜିପୁରର ମହମ୍ମଦବାଦରେ ପୂର୍ବତନ ବିଧାୟକ ଶିବଗାତୁଲ୍ଲା ଅନସାରୀଙ୍କ ପୁଅ ତଥା ମୁକ୍ତାରଙ୍କ ପୁତୁରା ସୁହୈବ ଅନସାରୀ ଜିତିଛନ୍ତି। ଏଠାରେ ତାଙ୍କର ଲଢ଼େଇ ସ୍ଥାନୀୟ ବିଧାୟକ ଅଳକା ରାୟଙ୍କ ସହ ହୋଇଥିଲା। ତେବେ ୧୮,୧୯୯ ଖଣ୍ଡ ଭୋଟ ବ୍ୟବଧାନରେ ସୁହୈବ ବିଜୟ ହାସଲ କରିଛନ୍ତି।
ଚର୍ଚ୍ଚାରେ ଥିବା କୈରାନା ଆସନରେ ସମାଜବାଦୀ ପାର୍ଟି ବିଜୟ ବାନା ଉଡ଼ାଇଛି। ଏହି ଆସନରେ ସପାର ନହିଦ ହାସନ ୧,୩୧,୦୩୫ ଭୋଟ ପାଇଥିବା ବେଳେ ବିଜେପିର ଏମ ସିଂହ ୧,୦୫,୧୪୮ ଭୋଟ ପାଇଛନ୍ତି। ଆଜମଗଡ଼ର ନିଜାମାବାଦରେ ସପା ଭେଟରାନ ୮୫ ବର୍ଷୀୟ ଆଲମ ବଡି ପୁଣିଥରେ ଜିତିଛନ୍ତି। ସେ ବିଜେପିର ମନୋଜ କୁମାରଙ୍କୁ ୩୪,୧୮୭ ଖଣ୍ଡ ଭୋଟରେ ହରାଇଛନ୍ତି।
ମୀରଟର କିଥୋରରେ ସପାର ଶାହିଦ ମଜୁର ଓ ବିଜେପି ସତବୀର ସିଂହଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲେ। ଶେଷରେ ଶାହିଦ ୨,୧୮୦ ଖଣ୍ଡ ଭୋଟରେ ଜିତିଛନ୍ତି।
ସେହିପରି ମୋରଦାବାଦର କୁଣ୍ଡରକିରେ ସପା ସାଂସଦ ଶୈଫିକୁର ରହମନଙ୍କ ପୁଅ ଜିଆ ଉର ରେହମନ ବିଜେପିର କମଲ କୁମାରଙ୍କୁ ୪୩,୧୬୩ ଖଣ୍ଡ ଭୋଟରେ ହରାଇଛନ୍ତି। । ୪୦୩ ବିଧାନସଭା ଆସନ ମଧ୍ୟରୁ ମୁସଲିମ ବିଧାୟକଙ୍କ ସଂଖ୍ୟା ୮.୯୩%। ରାଜ୍ୟରେ ମୁସଲିମ ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୯%।




admin 