ଉତ୍ତର ପ୍ରଦେଶର ଏହି ୧୧ ଆସନରେ ହୋଇଛି କଡ଼ା ଟକ୍କର, ୫୦୦ରୁ କମ୍ ରହିଛି ବିଜୟ ବ୍ୟବଧାନ
ଉତ୍ତର ପ୍ରଦେଶର ଏହି ୧୧ ଆସନରେ ହୋଇଛି କଡ଼ା ଟକ୍କର, ୫୦୦ରୁ କମ୍ ରହିଛି ବିଜୟ ବ୍ୟବଧାନ
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପି ପୁନର୍ବାର କ୍ଷମତାକୁ ଫେରିଛି। ୨୦୧୭ ଅପେକ୍ଷା କମ୍ ଅସନ ପାଇଥିଲେ ମଧ୍ୟ ପ୍ରଦର୍ଶନ ସନ୍ତୋଷଜନକ ରହିଛି। ଦଳ ଏକାକୀ ୨୫୫ ଆସନରେ ବିଜୟ ଲାଭ କରିଥିବା ବେଳେ ସହଯୋଗୀ ଆପନା ଦଳ ଓ ନିଶାଦ ପାର୍ଟିକୁ ମିଶାଇ ୪୦୩ରୁ ୨୭୪ ଆସନ ଲାଭ କରିଛି ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ବିଜେପିର ବିପୁଳ ବିଜୟ ସତ୍ତ୍ୱେ ରାଜ୍ୟରେ ଏମିତି କଛି ଆସନ ରହିଛି ଯେଉଁଠି ଉଭୟ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ହୋଇଛି। ହାର୍ ଜିତ୍ ମଧ୍ୟରେ ଫରକ ୫୦୦ ଭିତରେ ରହିଛି। ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏପରି ୧୧ଟି ସିଟ୍ ରହିଛି ଯେଉଁଟି ବିଜୟ ବ୍ୟବଧାନ ୫୦୦ ରହିଛି। ସେଥି ମଧ୍ୟରେ ରହିଛି
ବାରାଉତ। ଏଟାରେ ବିଜେପିର କୃଷ୍ଣପାଲ ମଲିକ ୩୧୫ ଖଣ୍ଡ ଭୋଟରେ ଆରଏଲଡିର ଜୟବୀରଙ୍କୁ ହରାଇଛନ୍ତି। ବିଳାସପୁରରେ ବିଜେପିର ବଳଦେବ ଅଲାଖ ୩୦୭ ଖଣ୍ଡ ଭୋଟରେ ସପାର ଅମରଜିତ ସିଂହଙ୍କୁ ହରାଇଛନ୍ତି। ଚାନ୍ଦପୁରରେ ସପାର ସ୍ୱାମୀ ଓମବେଶ ୨୩୪ ଖଣ୍ଡ ଭୋଟରେ ବିଜେପିର କମଳେଶ ସାଇନିଙ୍କୁ ହରାଇଛନ୍ତି। ଧାମପୁରରେ ବିଜେପିର ଅଶୋକ ରାଣା ୨୦୩ ଖଣ୍ଡ ଭୋଟରେ ସପାର ନୈମ ଉଲ ହାସନଙ୍କୁ ହରାଇଛନ୍ତି। ଦିବ୍ୟାପୁରରେ ସପାର ପ୍ରଦୀପ ଯାଦବ ୪୭୩ ଖଣ୍ଡ ଭୋଟରେ ବିଜେପିର ଲଖନ ସିଂହ ରାଜପୁତଙ୍କୁ ହରାଇଛନ୍ତି। ଇସାଉଲିରେ ସପାର ମହମ୍ମଦ ତାହିର ଖାନ ୨୬୯ ଖଣ୍ଡ ଭୋଟରେ ବିଜେପିର ଓମ ପ୍ରକାଶ ପାଣ୍ଡେଙ୍କୁ ହରାଇଛନ୍ତି। କଟରାରେ ବିଜେପିର ବୀର ବିକ୍ରମ ସିଂହ ୩୫୭ ଖଣ୍ଡ ଭୋଟରେ ସପାର ରାଜେଶ ଯାଦବଙ୍କୁ ହରାଇଛନ୍ତି। କୁରସିରେ ବିଜେପିର ସକେନ୍ଦ୍ର ପ୍ରତାପ ୨୧୭ ଖଣ୍ଡ ଭୋଟରେ ସପାର ରାକେଶ ବର୍ମାଙ୍କୁ ହରାଇଛନ୍ତି। ନାକୁରରେ ବିଜେପିର ମୁକେଶ ଚୌଧୁରୀ ୩୧୫ ଖଣ୍ଡ ଭୋଟରେ ସପାର ଧରମ ସିଂହ ସାଇନିଙ୍କୁ ହରାଇଛନ୍ତି। ନେହଟାଉର ବିଜେପିର ଓମ ପ୍ରକାଶ ୨୫୮ ଖଣ୍ଡ ଭୋଟରେ ସପାର ମୁନ୍ସି ରାମଙ୍କୁ ହରାଇଛନ୍ତି। ରାମ ନଗରରେ ସପାର ଫରିଦ ମହଫୁଞ୍ଜ ୨୬୧ ଖଣ୍ଡ ଭୋଟରେ ବିଜେପିର ଶରଦ ଅବସ୍ତୀଙ୍କୁ ହରାଇଛନ୍ତି।




admin 