ଉତ୍ତରାଖଣ୍ଡରେ ପୁଣି ଥରେ ବିଜେପି ସରକାର!
ଉତ୍ତରାଖଣ୍ଡରେ ପୁଣି ଥରେ ବିଜେପି ସରକାର!
ଡେରାଡୁନ : ଉତ୍ତରାଖଣ୍ଡର ୭୦ଟି ବିଧାନସଭା ଆସନରେ ଭୋଟ୍ ଗଣତି ଜାରି ରହିଛି। ଦିନ ୧୧ଟା ସୁଦ୍ଧା ବିଜେପିକୁ ବହୁମତ ମିଳୁଥିବା ଦେଖାଯାଇଛି। ୪୪ଟି ସିଟ୍ରେ ବିଜେପି ଆଗରେ ଚାଲିଥିବା ବେଳେ ୨୦ଟି ଆସନରେ କଂଗ୍ରେସ ଆଗରେ ରହିଛି। ସେହିପରି ବିଏସ୍ପି ୨ଟି ଓ ସ୍ବାଧୀନ ପ୍ରାର୍ଥୀ ୨ଟିରେ ଆଗରେ ଅଛନ୍ତି।
ଉତ୍ତରାଖଣ୍ଡରେ ବିଜେପି, କଂଗ୍ରେସ ଏବଂ ଆପ୍ ତିନି ଜଣ ମୁଖ୍ୟମନ୍ତ୍ରୀ ଚେହେରା ସହ ମଇଦାନ୍ରେ ଓହ୍ଲାଇଛନ୍ତି। ବିଜେପି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ଚେହେରା କରିଥିବା ବେଳେ ହରୀଶ ରାୱତଙ୍କୁ କଂଗ୍ରେସ ଓ ଅଜୟ କୋଠିୟାଲଙ୍କୁ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି। ତେବେ ଉତ୍ତରାଖଣ୍ଡର ଜନତା ପ୍ରତି ୫ ବର୍ଷରେ ଥରେ ସେମାନଙ୍କର ସରକାର ବଦଳାଉଛନ୍ତି।
୨୦୦୨ରେ ଉତ୍ତରାଖଣ୍ଡ ସ୍ଵତନ୍ତ୍ର ରାଜ୍ୟ ହେବା ପରେ ଏଠାରେ ୪ ଥର ବିଧାନସଭା ନିର୍ବାଚନ ହୋଇଛି ଏବଂ ପ୍ରତି ଥର ସରକାର ବଦଳିଛନ୍ତି। ୨୦୦୨ରେ ଏଠାରେ କଂଗ୍ରେସ ସରକାର ଥିଲା। ଏହାପରେ ୨୦୦୭ରେ ବିଜେପି ସରକାରରେ ଆସିଥିଲା। ପୁଣି ୨୦୧୨ରେ କଂଗ୍ରେସ କ୍ଷମତାକୁ ଆସିଥିଲା। ଏହାପରେ ୨୦୧୭ରେ ବିଜେପି ସରକାର ତିଆରି କରିଥିଲା। ତେଣୁ ଥରେ ଉତ୍ତରାଖଣ୍ଡର ଜନତା ଜନାର୍ଦ୍ଦନ କାହାକୁ ବାଛୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।




admin 