ଡାକ୍ତରୀ ପାଠ ପଢ଼ିବାର ବୟସ ସୀମା ହଟିଲା

ଡାକ୍ତରୀ ପାଠ ପଢ଼ିବାର ବୟସ ସୀମା ହଟିଲା

ଡାକ୍ତରୀ ପାଠ ପଢ଼ିବାର ବୟସ ସୀମା ହଟିଲା

ଭୁବନେଶ୍ୱର: ଦେଶରେ ଡାକ୍ତରର ଘୋର ଅଭାବ । ଅନେକ ଡାକ୍ତଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାଁନ୍ତି । ତେଣୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଡାକ୍ତରୀ ପଢିବା ପାଇଁ ରାଷ୍ଟ୍ରୀୟ ଆୟୁର୍ବିଜ୍ଞନ ଆୟୋଗ (ଏନଏମସି) ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ଡାକ୍ତରୀ ପଢିବାର ସର୍ବୋଚ୍ଚ ବୟସସୀମା ହଟାଇ ଦିଆଯାଇଛି ।

ପୂର୍ବରୁ ଏହା ୨୫ବର୍ଷ ଥିଲା । ମାତ୍ର ସୁପ୍ରିମ କୋର୍ଟ ନିଦେ୍ର୍ଧଶ ଦେଇଥିଲେ ବୟସ ପାଇଁ କାହାରିକୁ ପାଠପଢାରୁ ବଞ୍ଚିତ କରାଯାଇପାରିବ ନାହିଁ । ଫଳରେ ନିୟମରେ ପରିବର୍ତ୍ତନ ଆସିଥିଲା । ବୁଧବାର ଏନେଇ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ର ବରିଷ୍ଠ ନିଦେ୍ର୍ଧଶକ ଡ. ଦେବବ୍ରତଙ୍କୁ ଚିଠି ଲେଖିଛନ୍ତି । ନିଟ୍-ୟୁଜି ସୂଚନା ପୁସ୍ତିକାରେ ଏମବିବିଏସ୍ ପଢିବା ସର୍ବୋଚ୍ଚ୍ ବୟସ ସୀମା ବୃଦ୍ଧି କରିବା ସଂପର୍କରେ ଉଲ୍ଲେଖ କରିବାକୁ କହିଛନ୍ତି । ୧୯୯୭ଡାକ୍ତରୀ ସ୍ନାତକ ପରୀକ୍ଷା ଆଇନରେ ପରିବର୍ତ୍ତନ କରିବାକୁ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଛନ୍ତି ।

୨୦୨୧ ଅକ୍ଟୋବର ୨୧ରେ ଏମବିବିଏସ୍ ପଢିବା ସର୍ବୋଚ୍ଚ୍ ବୟସ ସୀମା ବୃଦ୍ଧି ନେଇ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗର ଚତୁର୍ଥ ବୈଠକରେ ନିଷ୍ପତ୍ତି ହୋଇଥିଲାବୋଲି ସଚିବ ଡାକ୍ତର ପୁଲକେଶ କୁମାର ସୂଚନା ଦେଇଛନ୍ତି । ସେହିପରି ନିଟ-ୟୁଜି ୨୦୨୨ର ଚିଠା ପୁସ୍ତିକା ବାବଦରେ ମତାମତ ଆହ୍ୱାନ କରିଛନ୍ତି ।