ଉଦୟନାଥ ଫର୍ଣିଚର୍ସ ଆନୁକୁଲ୍ୟରେ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ

ଉଦୟନାଥ ଫର୍ଣିଚର୍ସ ଆନୁକୁଲ୍ୟରେ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ

ଉଦୟନାଥ ଫର୍ଣିଚର୍ସ ଆନୁକୁଲ୍ୟରେ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ
ପଦ୍ମପୁର (ନିରଂଜନ ତ୍ରିପାଠୀ) - ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ପଦ୍ମପୁର ଉଦୟନାଥ ଫର୍ଣିଚର୍ସ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ପଦ୍ମପୁର ସ୍ଥିତ କପସିଲା ରୋଡ ଉଦୟନାଥ ଫର୍ଣିଚର୍ସ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ଅତିଥି ରୂପେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଯୋଗ ଦେଇ ଏହି ଶିବିର କୁ ଉଦଘାଟନ କରିଥିଲେ। ସମୁଦାୟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଅନ୍ଯ ଅତିଥି ମାନଙ୍କ ମଧ୍ୟରେ ସମାଜ ସେବୀ ନିରୋଜ ଦୋରା,ଯୁବନେତା ପ୍ରଶାନ୍ତ କୁମାର ମହାନ୍ତି,ସାମ୍ବାଦିକ ଲାଲ ବିହାରୀ ମିଶ୍ର,ରତ୍ନମଣି ଶତପଥୀ, ପ୍ରଦୀପ୍ତ ଦାଶ, ଅଶ୍ବିନୀ ଧରୁଆ, ନୀଳକଣ୍ଠ ଦୀପ,ହେମନ୍ତ ସାହୁ, ଗୋବିନ୍ଦ ପାଣିଗ୍ରାହୀ ପ୍ରମୁଖ ଏହି ଶିବିର ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରକୁ ପଦ୍ମପୁର ରକ୍ତ ଭଣ୍ଡାର ସଂଗ୍ରାମ କେଶରୀ ମହନ୍ତ, ହୀତେଶ ସାହୁ, ଦୀପକ ସାହୁ ସହଯୋଗ କରିଥିଲେ। ଶିବାଶିଷ ପଟ୍ଟନାୟକ, ରୋହିତ କୁମାର ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ସନ୍ତୋଷ ସେଠ, ସନ୍ତୋଷ ବାରିକ, ସନ୍ତୋଷ ସାହୁ, ଉମେଶ ନାଏକ, ଦୁର୍ଗାଶୀଷ ପଟ୍ଟନାୟକ, ପ୍ରବୀର ମଲ୍ଲିକ, ସନ୍ଦିପ ନାୟକ, ହରିହର ନିଆଲ,ପ୍ରତାପ, ଦିନେଶ, ଟିକୁ ପ୍ରମୁଖ ଏହି ଶିବିରକୁ ଆଯୋଜନ ରେ ସହଯୋଗ କରିଥିଲେ ।