ଏଟିଏମ୍‌ ଭିତରୁ ଲୁଟିନେଲେ ଟ୍ରଙ୍କ ଭର୍ତ୍ତି ଟଙ୍କା

ଏଟିଏମ୍‌ ଭିତରୁ ଲୁଟିନେଲେ ଟ୍ରଙ୍କ ଭର୍ତ୍ତି ଟଙ୍କା

ଏଟିଏମ୍‌ ଭିତରୁ ଲୁଟିନେଲେ ଟ୍ରଙ୍କ ଭର୍ତ୍ତି ଟଙ୍କା

ଭଦ୍ରକ : ପୁଲିସକୁ ଲୁଟେରାଙ୍କ ଖାତିର ନାହିଁ। ବନ୍ଧୁକଧାରୀ ସୁରକ୍ଷାକର୍ମୀ ଥିବା ସତ୍ତ୍ବେ ଏଟିଏଏମ୍‌ ଭିତରୁ ନେଇଗଲେ ଟଙ୍କା ଭର୍ତ୍ତି ଟ୍ରଙ୍କ।  ଏଟିଏମ ମେସିନରେ ଟଙ୍କା ଲୋଡ଼ ବେଳେ ଲୁଟିନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ । ୨୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁସାରେ ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଲଷ୍ମୀ ନାରାୟଣ ମନ୍ଦିର ନିକଟ  ଏସ୍‌ବିଆଇ ଏଟିଏମରେ ଟଙ୍କା ଲୋଡ ହେଉଥିଲା ।

ଏହି ସମୟରେ ତିନୋଟି ବାଇକରେ ଲୁଟେରା ଏଟିଏମରେ ପଶିଥିଲେ । ଆଉ ଟଙ୍କା ଭର୍ତ୍ତି ପାଇଁ ଆସିଥିବା କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ । ପରେ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୋଡ଼ କରୁଥିବା ୪ କର୍ମଚାରୀଙ୍କୁ ଟାଉନ ଥାନାରେ ପଚରାଉଚରା କରାଯାଇଛି ।