ଏପି୍ରଲ ୫ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ସକାଳୁଆ ହେବ

ଏପି୍ରଲ ୫ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ସକାଳୁଆ ହେବ

ଏପି୍ରଲ ୫ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ସକାଳୁଆ ହେବ
କଟକ: ଏପି୍ରଲ ୫ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ (ସବଅର୍ଡିନେଟ କୋର୍ଟ) ସକାଳୁଆ ହେବ । ସକାଳ ୭ ରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ସକାଳ ୭ଟା ୩୦ ରେ କୋର୍ଟ ବସିବେ ଓ ଦିନ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ବିରତି ରହିବ । ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ଏପି୍ରଲ ସକାଳ କୋର୍ଟ ବ୍ୟବସ୍ଥା ଜାରି ରହିବ । ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଓ ପୁରୀ ସଦରକୁ କିନ୍ତୁ ଏପରି ସକାଳୁଆ ବ୍ୟବସ୍ଥାରୁ ବାଦ ଦିଆଯାଇଛି । ଏ ନେଇ ହାଇକୋର୍ଟ ରେଜିଷ୍ଟି୍ର ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲା ଓ ଦୌରା ଜଜଙ୍କୁ ନିଦେ୍ର୍ଧଶନାମା ଜାରି କରାଯାଇଛି ।