ବିଜେଡିର ୪ ନେତାଙ୍କୁ ପିପିଲି ଦାୟିତ୍ୱ

ବିଜେଡିର ୪ ନେତାଙ୍କୁ ପିପିଲି ଦାୟିତ୍ୱ

ବିଜେଡିର ୪ ନେତାଙ୍କୁ ପିପିଲି ଦାୟିତ୍ୱ
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ ବିଜେଡି ଦାୟିତ୍ୱ ଦେଇଛି । ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ , ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ପିପିଲିରେ ରହି ନିର୍ବାଚନ ପରିଚାଳନା କରିବାକୁ ବିଜେଡି ସୁପ୍ରିମୋ ଏହି ଗୁୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି । ଦଳର ସାଧାରଣ ସମ୍ପାଦକ ମାନସ ମାଙ୍ଗରାଜଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଯେ, ଗତକାଲି ଥିଲା ନାମାଙ୍କନର ଶେଷ ଦିନ । ପୁରୀ ଜିଲ୍ଲା ପିପିଲି ବିଧାନସଭା ଉପନିର୍ବାଚନ ନିମନ୍ତେ ୧୫ ଜଣ ନାମାଙ୍କନ ଦାଖଲ କରିଛନ୍ତି । ଗତକାଲି ଶେଷ ଦିନରେ ୧୨ ଜଣ ନାମାଙ୍କନ ଦାଖଲ କରିଛନ୍ତି ।