ଏମିତି ସେବା ଦିଅ ଯେ ଯାତ୍ରୀ ହସି ହସି ଓହ୍ଲାଇବେ, ପଢ଼ନ୍ତୁ କିଏ କହିଲା ଏମିତି
ଏମିତି ସେବା ଦିଅ ଯେ ଯାତ୍ରୀ ହସି ହସି ଓହ୍ଲାଇବେ, ପଢ଼ନ୍ତୁ କିଏ କହିଲା ଏମିତି
ଭୁବନେଶ୍ୱର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି । ନିଜ ଘର ରାଜସ୍ଥାନକୁ ଯାଇଥିବା ସମୟରେ ପିତାମାତାଙ୍କୁ ଭେଟି ଆର୍ଶୀବାଦ ନେଇଥିଲେ । ଏହି ସମୟରେ ତାଙ୍କ ପିତାମାତା ନିଆରା ବାର୍ତା ଦେଇଛନ୍ତି । ସେମାନେ କହିଛନ୍ତି ଯେ ପୁଅ ତୁମେ ଏପରି ସେବା କରିବା ଉଚିତ ଯେ ଟ୍ରେନରେ ଚଢ଼ୁଥିବା ପ୍ରତ୍ୟେକ ଯାତ୍ରୀ ହସି ହସି ଟ୍ରେନରୁ ଓହ୍ଲାଇବେ । ନିଜ ଯାତ୍ରା ସଫଳ ହୋଇଛି ବୋଲି କହିବେ । ଆମମାନଙ୍କ ଆର୍ଶୀବାଦ ସର୍ବଦା ତୁମ ଉପରେ ରହିଛି । ଖୁସିରେ ରୁହ, ଭାରତୀୟଙ୍କ ସେବା ଜାରି ରଖ । ପିତାମାତାଙ୍କୁ ସାକ୍ଷାତ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଦେଶର ସେବା କରିବା ଦାୟିତ୍ୱ ମିଳିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ପରିବାରରୁ ମିଳିଥିବା ସଂସ୍କାର ପାଇଁ ଏଠାରେ ପହଞ୍ଚିଛି । ପିତାଙ୍କର ଆର୍ଶୀବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।




admin 