୩୪ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ମମତା

୩୪ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ମମତା

୩୪ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ମମତା

କୋଲକାତା: ଭବାନୀପୁର ସମେତ ପଶ୍ଚିମ ବଙ୍ଗର ୩ଟି ଆସନରେ ଉପନିର୍ବାଚନର ଗଣତି ଜାରି ରହିଛି। ସବୁ ସିଟ୍‌ରେ ଟିଏମ୍‌ସିର ପ୍ରାର୍ଥୀମାନେ ଆଗୁଆ ରହିଛିନ୍ତି। ତେବେ ସବୁଠାରୁ ଚର୍ଚ୍ଚିତ ଭବାନୀପୁର ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୧ ରାଉଣ୍ଡ ଗଣତି ସୁଦ୍ଧା ୩୪ ହଜାର ଭୋଟ୍‌ରେ ଆଗୁଆ ରହିଛନ୍ତି। ମମତା ବାନାର୍ଜୀ ତାଙ୍କ ନିକଟତମ ପ୍ରାର୍ଥୀ ବିଜେପିର ପ୍ରିୟଙ୍କାଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି। ଫଳରେ ପଶ୍ଚିମବଙ୍ଗରେ ମମତାଙ୍କ ସମର୍ଥକମାନେ ଉତ୍ସାହିତ ହୋଇଛନ୍ତି। ମମତାଙ୍କ ଘର ଆଗରେ ବର୍ତ୍ତମାନ କର୍ମୀମାନେ ଆନନ୍ଦ ଉଲ୍ଲାସର ସହତ ନୃତ୍ୟଗୀତ କରୁଛନ୍ତି।  ନନ୍ଦିଗ୍ରାମରେ ପରାଜୟ ପରେ ମମତା ମୁଖ୍ୟମନ୍ତ୍ରୀ ହୋଇ ଭବାନୀପୁର ଉପନିର୍ବାଚନ ଲଢ଼ୁଛନ୍ତି । ଏହି ନିର୍ବାଚନ ଉପରେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ନିର୍ଭର କରୁଛି । ଟିଏମସି ଦାବି କରୁଛି, ୮୦ ହଜାର ଭୋଟ ବ୍ୟବଧାନରେ ମମତା ଜିତିବେ । ଭବାନୀପୁର ବ୍ୟତୀତ ଶମଶେର ଗଂଜ, ଜଙ୍ଗିପୁର ଆସନରେ ଉପନିର୍ବାଚନ ହୋଇଛି।