ଏମ୍ସରୁ ବିଧାନସଭା ଅଧିବେଶନକୁ ଯୋଡ଼ି ହେଲେ ପ୍ରଦୀପ୍ତ
ଏମ୍ସରୁ ବିଧାନସଭା ଅଧିବେଶନକୁ ଯୋଡ଼ି ହେଲେ ପ୍ରଦୀପ୍ତ
ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କରୋନା ଯୋଗୁ ବ୍ୟାପକ କଟକଣାରେ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ କାର୍ଯ୍ୟରେ ସାମିଲ ହେବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଆଜି ଏମ୍ସ ହସ୍ପିଟାଲରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଛନ୍ତି । ଶ୍ରୀ ନାଏକ ଏପ୍ରିଲ ମାସରେ କରୋନା ଆକ୍ରାନ୍ତ ହେବା ପରେ ଏମ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି । ମାତ୍ର ଏବେ ବି ସେ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତେବେ ବିଧାନସଭା ଅଧିବେଶନ ପାଇଁ ଆଜି ଶ୍ରୀ ନାଏକ ଏମ୍ସ ହସ୍ପିଟାଲର ଅତିଥି ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ । ନବୀନ ନିବାସରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ କାର୍ଯ୍ୟରେ ସାମିଲ ହୋଇ ଶୋକ ପ୍ରସ୍ତାବ ରଖିଥିଲେ । ଶ୍ରୀ ନାଏକ ମଧ୍ୟ ଦିବଂଗତ ସଦସ୍ୟମାନଙ୍କ ଉଦେ୍ଧଶ୍ୟରେ ଶୋକ ପ୍ରକାଶ କରିଥିଲେ ।




admin 